ଶାରଦୀୟ ଦୁର୍ଗାପୂଜା ପାଇଁ ପୂର୍ବାଞ୍ଚଳ ଶାନ୍ତି କମିଟିର ପ୍ରସ୍ତୁତି ବୈଠକ
କଟକ, ୦୯/୦୯ ( କାଁହୁ ଚରଣ ବାରିକ ) : କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟି ପକ୍ଷରୁ ଚଳିତ ଶାରଦୀୟ ଦୁର୍ଗା ପୂଜା ୨୦୨୬ ଉପଲକ୍ଷେ ପ୍ରସ୍ତୁତି ବୈଠକ ୪୨ ମୌଜା ସ୍ଥିର ଯଶୋଦା ଗାର୍ଡେନ ଠାରେ ଅନୁଷ୍ଠିତ ହେଉଛି। ଏହି କାଯ୍ୟ କ୍ରମ ରେ ବହୁ ମାନ୍ୟବନ ବ୍ୟକ୍ତି, ପୂର୍ବାଞ୍ଚଳ ପୂଜା କମିଟି ର ସାହି ମୁରବି, ଅଧିକାରୀ. ସମ୍ପାଦକ ଓ ସାହି ଯୁବକ ସଂଘ ମେମ୍ବର ଯୋଗଦେଇଥିଲେ. ଏହି କାଯ୍ୟ କ୍ରମ ରେ ମୁଖ୍ୟ ଅତିଥି ଭାବେ ରାଜନେତା ଓ ପୋଲିସ ଅଧିକାରୀ ମନେ ସୁବାରମ୍ଭ କରି ଏହି ସଭା ସାଫଲ୍ୟ ମଣ୍ଡିତ କରିଥିଲେ. ଏହି ସଭା ର ମୁଖ୍ୟ ବିଷୟ ବସ୍ତୁ ଥିଲା. ଆଗକୁ ଦଶହରା ପର୍ବ କୁ ଆଖି ଆଗରେ ରଖି କିପରି ପୂଜା ଓ ଭସାଣି ପର୍ବ କେମିତି ଶାନ୍ତି ଶୁଙ୍ଖଳା ରେ ପାଳନ ହବ ସେଇଥିପାଇଁ ଗୁରୁତ୍ୱ ଦିଆଯିବ. କିପରି ଭାବେ କିଛି ବିଶୁଙ୍ଖଳା ନ ହୋଇ କଟକ ର ଦଶହରା ପର୍ବ କୁ ସହର ବାସି ଆନନ୍ଦ ଉଲ୍ଲାସ ରେ ପାଳନ କରିବେ ଏହି ସଭା ର ମୂଳଲଖ୍ୟ.
କଟକ ରୁ କାଁହୁ ଚରଣ ବାରିକ ଙ୍କ ରିପୋର୍ଟ