Hot Posts

6/recent/ticker-posts

ବରିଷ୍ଠ ସାମ୍ବାଦିକଙ୍କ ଅକାଳ ବିୟୋଗ ବିଞ୍ଝାରପୁର ଅଞ୍ଚଳରେ ସୋକର ଛାୟା

ଯାଜପୁର, ୧୯/୦୯ ( ନିରୋଜ କୁମାର ସେଠୀ ) : ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁର ଅଞ୍ଚଳର ବରିଷ୍ଠ ଖବରଦାତା ଗୋପାଳ ସୁତାର (୭୫)ଙ୍କ ଗୁରୁବାର ସକାଳେ ଦେହାନ୍ତ ହୋଇଯାଇଛି | ଦୀର୍ଘ ବର୍ଷ ଧରି ବିଭିନ୍ନ ପ୍ରତ୍ର,ପ୍ରତ୍ରୀକା ଓ ଗଣମାଧ୍ୟମରେ ବିଞ୍ଝାରପୁର ଅଞ୍ଚଳର ଖବର ପ୍ରସାରଣ କରି ସେ ବେଶ ଲୋକ ପରିଚିତ ଲାଭ କରିଥିଲେ | ଜଣେ ମେଳାପି, ମିଷ୍ଟଭାଷୀ ବ୍ୟକ୍ତି ଥିଲେ ସ୍ବର୍ଗତ ସାମଲ ଙ୍କର ଦେହାନ୍ତ ଖବର ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି | ବହୁ ବିଶିଷ୍ଟ ମାନ୍ୟ , ଗନ୍ୟ ବ୍ୟକ୍ତି ମାନେ ସ୍ବର୍ଗତ ସାମଲଙ୍କ ବାସ ଭବନରେ ପହଁଚି ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଶେଷ ଦର୍ଶନ କରିଥିଲେ। ବିଞ୍ଝାରପୁର ସାମ୍ବାଦିକ ୟୁନିଅନର ସଭାପତି ସେକ ସନୱାର ଙ୍କ ସମେତ ସମସ୍ତ କର୍ମକର୍ତା ଓ ସଦସ୍ୟ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି |