Hot Posts

6/recent/ticker-posts

ମୋଦିଜୀଙ୍କ ୭୬ତମ ଜନ୍ମଦିବସ ଅବସରରେ ଅଟଳ ଫେଷ୍ଟ ପକ୍ଷରୁ ଗଣଦୌଡ଼ ଓ ପୂଜାର୍ଚ୍ଚନା।

କଟକ, ୧୭/୦୯ ( କାହୁଁ ଚରଣ ବାରିକ ) : କଟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିବସ ଅବସରରେ ୨ୟ ଅଟଳ ଫେଷ୍ଟ ୨୦୨୬ ପକ୍ଷରୁ କଟକ ସହରରେ ଏକ ବିଶାଳ ଗଣଦୌଡ଼ ଓ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଆଜି ସକାଳେ ଗଡ଼ଚଣ୍ଡୀ ମନ୍ଦିର ଠାରେ ପୂଜାର୍ଚ୍ଚନା ପରେ ଗଣଦୌଡ଼ ଆରମ୍ଭ ହୋଇଥିଲା। ଏଥିରେ ୫୦୦ ରୁ ଊର୍ଦ୍ଧ୍ୱ ମହିଳା ଓ ପୁରୁଷ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ଅଟଳ ଫେଷ୍ଟର ମୁଖ୍ୟ ସଂଯୋଜକ ଚିତ୍ତରଞ୍ଜନ ଦାସଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ସୁଚାରୁ ରୂପେ ଆୟୋଜିତ ହୋଇଥିଲା। ଅଟଳ ଫେଷ୍ଟର ସଭାପତି ସଞ୍ଜୟ ଶର୍ମା ପତାକା ଦେଖାଇ ଗଣଦୌଡ଼ର ଶୁଭାରମ୍ଭ କରିଥିଲେ। ଗଣଦୌଡ଼ଟି ଗଡ଼ଚଣ୍ଡୀ ମନ୍ଦିରରୁ ବାହାରି ବକ୍ସିବଜାର, ଚଣ୍ଡୀମନ୍ଦିର, ବିଜୁପଟ୍ଟନାୟକ ଛକ ଦେଇ ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ଠାରେ ପହଞ୍ଚିଥିଲା। ଏହି କାର୍ଯ୍ୟକ୍ରମରେ ପ୍ରକାଶ ମହାନ୍ତି, ପ୍ରଦୀପ ପଟ୍ଟନାୟକ, ଦୀପାୟନ ପଟ୍ଟନାୟକ, ସୁଦୀପ୍ତ ସ୍ୱାଇଁ, ରମେଶ ସାହୁ, ସସ୍ମିତା ବାରିକ, ପଲ୍ଲବୀ ମହାପାତ୍ର, ଅମ୍ବିକା ଦାସ, ଆର୍. ରାମାରାଓ ପ୍ରମୁଖଙ୍କ ସହିତ ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ୍‌ର ସୁବୋଧ ମହାନ୍ତି ଓ ତାଙ୍କ ଟିମ୍ ସକ୍ରିୟ ଭାବେ ସହଯୋଗ କରି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ।