Hot Posts

6/recent/ticker-posts

ଏନ୍.ଏସ୍.ଏସ୍ ପ୍ରତିଷ୍ଠା ଦିବସ ପାଳିତ

କର୍ଲାମୁଣ୍ଡା, ୨୫/୦୯ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା କର୍ଲାମଣ୍ଡା ବ୍ଲକ ତେରେସିଂହା ସ୍ଥିତ କୌଶିକ ବାବା +୩ ମହାବିଦ୍ୟାଳୟ ଠାରେ ଜାତୀୟ ଯୋଜନା ପକ୍ଷରୁ ଏନ୍.ଏସ୍.ଏସ୍ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଦିବସ ଅବସରରେ ମହାବିଦ୍ୟାଳୟ ର ଇଂରାଜୀ ଅଧ୍ଯାପକ ମାନସ ରଞ୍ଜନ ବାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏନ୍.ଏସ୍.ଏସ୍ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ସବିଶେଷ ଉପସ୍ଥାପନ କରିଥିଲେ । ସମ୍ମାନିତ ଅତିଥି ଭାବେ ଟିକେଧର ରଣା, ମଞ୍ଜୁଲତା ମାଝୀ ପ୍ରମୁଖ ଯୋଗ ଦେଇଥିଲେ। କିରାଣୀ ଭୂପିନ୍ଦର ରଣା, କର୍ମଚାରୀ ଡଲେଶ୍ଵର ରଣା, ଚମ୍ପୁଲାଲ ରଣା, ପ୍ରଦୀପ ଭୋଇ ସହଯୋଗ କରିଥିଲେ।