ସମ୍ଭ୍ରାନ୍ତ ସମାଜ ପକ୍ଷରୁ ବୃକ୍ଷ ରୋପଣ
କର୍ଲାମୁଣ୍ଡା, ୨୫/୦୯ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମରେ ଚଳିତ ବର୍ଷ ସମ୍ଭ୍ରାନ୍ତ ସମାଜ ଗଠନ ହୋଇଥିଲା । ଆରମ୍ଭ ବର୍ଷ ରେ ସମ୍ଭ୍ରାନ୍ତ ସମାଜ ପକ୍ଷ ରୁ ନୂଆଁଖାଇ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟ କରା ଯାଇଥିଲା । ଏଥିରେ ସମାଜ ର ସଭାପତି ନମିତ କୁମାର, ସହଯୋଗୀ ରାଧାକାନ୍ତ କୁମାର, ଲକ୍ଷ୍ମୀଧର କୁମାର ଙ୍କ ସମେତ ସଦସ୍ୟ ମାନେ ଯୋଗଦାନ ଦେଇ ବୃକ୍ଷ ରୋପଣ କାର୍ଯ୍ୟରେ ସାମିଲ ହୋଇଥିଲେ। ସମାଜ ର କିପରି ସର୍ବାଙ୍ଗୀନ ଉନ୍ନତି ହୋଇ ପାରିବ ସେ ଦିଗରେ ଉପସ୍ଥିତ ସଦସ୍ୟ ମାନେ ମତାମତ ରଖିଥିଲା ।