Hot Posts

6/recent/ticker-posts

ଓଡ଼ିଶା ବନ ଭିଜିଲାନ୍ସ ପକ୍ଷ ରୁ ଏକ କଲରାପତରିଆ ବାଘ ଛାଲ ଜବତ

ନୂଆପଡ଼ା, ୨୨/୦୯ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବନଖଣ୍ଡ ବିଭାଗ ଉଦ୍ୟାନବନ୍ଧ ରେଞ୍ଜ ଅନ୍ତର୍ଗତ କୁମୁଟିମୁଣ୍ଡା ଗ୍ରାମ ପାଖରୁ ଇନାୟତ ଅଲ୍ଲୀ ନାମକ ବ୍ୟକ୍ତି ଙ୍କୁ ଘଟଣା ସ୍ଥଳରୁ ଗିରଫ କରିଛନ୍ତି। ବନ୍ୟଜନ୍ତୁ ବନ୍ୟ ପ୍ରାଣୀ ମାମଲା ରୁଜୁ କରି ଗୋଟିଏ କଲରାପତରିଆ ବାଘ ଛାଲ ଜବତ କରିଛନ୍ତି। ବାଘ ଛାଲରୁ ଜଣାପଡୁଛି ଯେ ବାଘ ବୟସ ଏବଂ ଓଜନ ଥିବା ବେଳେ ଘଟଣାର ତଦନ୍ତ ଜାରି ରହିଛି। ଏହି ଘଟଣା ନେଇ ବନ୍ୟ ପ୍ରାଣୀ ସୁରକ୍ଷା ଆଇନ ୧୯୭୨ ଅନୁଯାୟୀ ଧାରା ୫୧ ରେ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି।