ନୂଆପଡ଼ା ଜିଲ୍ଲା ରେ ଲଗାଣ ବର୍ଷା, ଏହି ବର୍ଷାରେ ଭୁଶୁଡି ପଡିଲା
ନୂଆପଡ଼ା, ୨୫/୦୯ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ସାଧାରଣ ଜୀବନ ଯାତ୍ରା ବାଧାପ୍ରାପ୍ତ ହୋଇଥିବା ବେଳେ ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍ ଲୋଡ୍ରା ଗାଁର ପବନ ବାଈ ମାଝୀଙ୍କ ମାଟି ଘର ଭୁଶୁଡ଼ି ପଡ଼ିଛି l ସେ ଘରେ ଏକୁଟିଆ ଥିଲେ l କୌଣସି ଧନ ଜୀବନର କ୍ଷୟକ୍ଷତି ହୋଇ ନଥିବା ଜଣାପଡିଛି। ସରକାରୀ ସହାୟତା ପ୍ରଦାନ ସହ ଆବଶ୍ୟକ ଅସ୍ଥାୟୀ ରହିବା ସୁବିଧା ସହ ଖାଦ୍ୟ ସାମଗ୍ରୀ ପ୍ରଦାନ କରିବାକୁ ଗ୍ରାମବାସୀ ଯୋଗ ଦେଇଥିଲେ।