ଅଟୋ ସହ ଗଞ୍ଜେଇ ଜବତ :୨ଗିରଫ
ଭଞ୍ଜନଗର, ୨୦/୦୯ ( ଜେ. କେ ପଟ୍ଟନାୟକ ) : ରବିବାର ସକାଳେ ଭଞ୍ଜନଗର ଅବକାରୀ ବିଭାଗ ଏହି ଥାନା ଅନ୍ତର୍ଗତ ଖାରୀଗୁଡା ଟୋଲ ଗେଟ ନିକଟରୁ ବେଆଇନ ଗଞ୍ଜେଇ ଚୋରା ଚାଲାଣ କରୁଥିବା ୨ଜଣ ମାଫିଆଙ୍କୁ ଗିରଫ କରିବା ସହ ଏକ ଅଟୋ ଓ ଗଞ୍ଜେଇ ଜବତ କରିବାରେ ସକ୍ଷମ ହୋଇଛି।ଅବକାରୀ ଟିମ୍ କୌଣସି ସୂତ୍ରରୁ ଖବର ପାଇ ଉକ୍ତ ସ୍ଥାନରେ ଅପେକ୍ଷା କରିଥିବା ବେଳେ ଫୁଲବାଣୀ ରାସ୍ତାରେ ଅଟୋଟି ଆସୁଥିବା ଦେଖି ଅଟକାଇଥିଲା। ଯାଞ୍ଚ ସମୟରେ ଏକ ଜରି ବସ୍ତାରୁ ପ୍ରାୟ ୨୩ କେଜି ବେଆଇନ ଗଞ୍ଜେଇ ବାହାରିଥିଲା।ଅଟୋ ସହ ଗଞ୍ଜେଇ ଜବତ କରିକନ୍ଧମାଳ ଜିଲ୍ଲା କେ. ନୂଆଗାଁ ଥାନା ବୁଡ଼ରୁ ମାହା ଗ୍ରାମର ପ୍ରଦୀପ ମଲିକ ଏବଂ ଏହି ଥାନା ଲେଟିଙ୍ଗିଆ ଗ୍ରାମର ଅଗସ୍ତି ନାୟକ ୨ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି। ଏସଂକ୍ରାନ୍ତରେ ଏଣ୍ଡିପିଏସ ଆକ୍ଟ ୧୯୮୫ରେ ଏକ ମାମଲା ରୁଜୁ ହୋଇଛି।