Hot Posts

6/recent/ticker-posts

ବିଶ୍ୱକର୍ମା ପୂଜାରେ ଯୁଡ଼ିଏ ଛାତ୍ରଛାତ୍ରୀଙ୍କ ସହ ଝୁମିଲେ ଦର୍ଶକ

ଭଞ୍ଜନଗର, ୨୦/୦୯ ( ଜେ. କେ ପଟ୍ଟନାୟକ ) : ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା ପରେ ଏବେ ଚାଲିଛି ଦେବଶିଳ୍ପୀ ପ୍ରଭୁ ବିଶ୍ୱକର୍ମା ଙ୍କ ପୂଜା। ଏଥି ନିମନ୍ତେ ବିଭିନ୍ନ ନିର୍ମାଣ ଭିତ୍ତିକ କାର୍ଯ୍ୟାଳୟ ଓ ଅନୁଷ୍ଠାନ ଚଳଚଞ୍ଚଳ ହୋଇ ଉଠିଛି।ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାରେ ମଧ୍ୟ ବହୁ ଆଡମ୍ବର ସହକାରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହେଉଛି। ସହରରେ ଥିବା ରାସ୍ତା ଓ କୋଠାବାଡି ନିର୍ମାଣ କାର୍ଯ୍ୟାଳୟ, ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ, ପି.ଏଚ.ଡ଼ି ଅଫିସ ସମେତ କେତେକ ବ୍ୟବସାୟିକ ପ୍ରତିଷ୍ଠାନ ରେ ଆକର୍ଷଣୀୟ ମୂର୍ତ୍ତି ସାଙ୍ଗକୁ ସୁନ୍ଦର ସାଜସଜ୍ଜା ଓ ରଙ୍ଗବେରଙ୍ଗ ଆଲୋକମାଳା ରେ ପୂଜାମଣ୍ଡପ ଗୁଡିକ ଝଲସି ଉଠୁଛି। ସେହିପରି ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କର ମନ ମୋହୁଛି। ଶନିବାର ସନ୍ଧ୍ୟାରେ ଭଞ୍ଜନଗର ପୂର୍ତ୍ତ ବିଭାଗ କାର୍ଯ୍ୟାଳୟରେ ଅଗ୍ରଣୀ ନୃତ୍ୟାନୁଷ୍ଠାନ ୟୁନିକ ଡ୍ୟାନ୍ସ ଏକାଡେମୀ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ପୌରାଣିକ କଥାବସ୍ତୁ, ଓଡ଼ିଆ, ହିନ୍ଦୀ, ତେଲୁଗୁ ଗୀତରେ ଉପସ୍ଥିତ ଦର୍ଶକମାନେ ଝୁମିଥିଲେ।କାର୍ଯ୍ୟାଳୟ ର ଅଧିକ୍ଷଣ ଯନ୍ତ୍ରୀ ସତ୍ୟ ରଞ୍ଜନ ପରିଡା ଓ ଅନ୍ୟ କର୍ମଚାରୀଙ୍କ ପ୍ରଚେଷ୍ଟାରେ ପ୍ରଥମ ଥର ପାଇଁ ଚଳିତ ବର୍ଷ ଏଭଳି ଏକ ନିଆରା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସମସ୍ତ ନୃତ୍ୟଶିଳ୍ପୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ଆୟୋଜକଙ୍କ ତରଫରୁ ଟ୍ରଫି ସହ ପୁରସ୍କୃତ କରାଯାଇଛି।ଏଥିରେ ଯୁଡ଼ିଏର ମୁଖ୍ୟ ପରିଚାଳକ ଜେ କେ ପଟ୍ଟନାୟକ. ମାଷ୍ଟର ପିଣ୍ଟୁ, ପ୍ରମୋଦ, ଦିଲୀପ, ଜଗନ, ଶିବ ସମେତ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।ଏହି ଚିତ୍ତାକର୍ଶକ କାର୍ଯ୍ୟକ୍ରମ କୁ ଶେଷ ପର୍ଯ୍ୟନ୍ତ ସମସ୍ତେ ମନ ଭରି ଉପଭୋଗ କରିଥିଲେ।