Hot Posts

6/recent/ticker-posts

ରଘୁନାଥ ଯୁବକ ସଂଘ ପକ୍ଷରୁ ବନମହୋତ୍ସବ ପାଳିତ

ଉଲୁଣ୍ଡା, ୦୪/୦୯ ( ଜଗଦିଶ ମେହେର ) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲାଇର ଏକ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ରଘୁନାଥ ଯୁବକ ସଂଘ ଆନୁକୂଲ୍ୟରେ କୋଟସମଲାଇ ଗ୍ରାମ ପଞ୍ଚାୟତ ଖେଳପଡିଆ ଠାରେ ଆଜି ବନମହୋତ୍ସବ ପାଳନ କରାଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ କୋଟସମଲାଇ ସରପଞ୍ଚ ବେଦମତୀ ମେଣ୍ଡିଲି ଓ ସମ୍ମାନୀତ ଅତିଥି ଭାବେ ଜାଲୋଏ ଫରେଷ୍ଟର ପ୍ରଦୀପ କୁମାର ଜେନା,ଜାଲୋଏ ବନରକ୍ଷୀ ଦୀପାଞ୍ଜଳି ହରିପାଳ , କୋଟସମଲାଇ ବନରକ୍ଷାକାରୀ ରହଣ ଅମାତ୍,ମେରା ଭାରତ ର ଦେବାଶିଷ ଓ ରଘୁନାଥ ଯୁବକ ସଂଘ ର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ।ଖେଳ ପଡିଆର ଚତୁଃପାର୍ଶ୍ଵରେ ମୂଲ୍ୟବାନ ବୃକ୍ଷ ରୋପଣ କରାଯାଇଥିଲା। ସମସ୍ତ ସଦସ୍ୟ ଶହଶହ ବୃକ୍ଷ ରୋପଣ କରିଥିଲେ। "ବୃକ୍ଷ ହିଁ ଜୀବନ " ବୋଲି ସମସ୍ତ ଅତିଥି କହିଥିଲେ। ରଘୁନାଥ ଯୁବକ ସଂଘ ସଭାପତି ସଞ୍ଜୟ ମେଣ୍ଡିଲିଙ୍କ ନେତୃତ୍ୱରେ ସୁଧାଂଶୁ ଶେଖର ସେଠୀ, ନୀଳମଣି ମେଣ୍ଡିଲି, ରାଧେଶ୍ୟାମ ପାଢୀ, ଅଭିଜିତ ବାଘ, ଅଭିଷେକ ପାତ୍ର, ରାଘବ ପଧାନ, ଭକ୍ତ ସେଠି,ସାନୁଜ ସମରଥ, ଅନିରୁଦ୍ଧ ଗଡୁଆ, ଚକ୍ରପାଣି ମେଣ୍ଡିଲି, କିଶୋର ପଧାନ ଓ ନେପାଳ ଖେତୀ ବୃକ୍ଷ ରୋପଣ କରିଥିଲେ।