Hot Posts

6/recent/ticker-posts

ଖରସ୍ରୋତା ମହାବିଦ୍ୟାଳୟରେ ଏନ୍‌ଏସ୍‌ ଏସ୍‌ ଡେ ପାଳିତ.

ବିଂଝାରପୁର, ୨୪/୦୯ (ପ୍ରଦୀପ କୁମାର ମଲ୍ଲିକ) : ଭାରତବର୍ଷର ସର୍ବତ୍ର ଏନ୍ଏସ୍‌ଏସ୍‌ ଡ଼େ ପାଳିତ ହେଉଥିବାବେଳେ ଯାଜପୁର ଜିଲ୍ଲାର ବିଂଝାରପୁର ଅନ୍ତର୍ଗତ ଅଗ୍ରଣୀ ମହାବିଦ୍ୟାଳୟ ଖରସ୍ରୋତା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଉକ୍ତ ଦିବସକୁ ଉତ୍ସାହର ସହିତ ପାଳନ କରାଯାଇଛି। ଆୟୋଜିତ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସୁଧାଂଶୁ କୁମାର ଦାସ ସଦ୍ଭାପତିତ୍ଵ କରି ସ୍ଵେଚ୍ଛାସେବୀ ମାନଙ୍କୁ ସେବା ଧର୍ମରେ ବ୍ରତୀ ହେବାକୁ ପରାମର୍ଶ ପ୍ରଦାନ କରିଥିଲେ। ଯୋଜନାଧିକାରିଣୀ ଆଧ୍ୟାପିକା ଅର୍ପିତା ସ୍ଵାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଂସ୍କୃତ ବିଭାଗର ମୁଖ୍ୟ ତଥା ବିଗତ ଦିନର ଯୋଜନାଧିକାରୀ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ସାମଲ ଦିବସର ମହତ୍ୱ ପ୍ରତିପାଦନ କରିବା ସହ " ମାନବ ସେବା ହିଁ ମାଧବ ସେବା " ଉପରେ ବକ୍ତବ୍ୟ ରଖିଥିଲେ। ଅଧ୍ୟାପକ ବିଜୟ କୁମାର ପତି, ସୁବାସ ଚନ୍ଦ୍ର ସାହୁ, କୈଳାସ ଚନ୍ଦ୍ର ମିଶ୍ର, ଗଗନ ବିହାରୀ ବେହେରା , ଅରୁଣ କୁମାର ସାମଲ, ଅମ୍ବିକା ପ୍ରସାଦ ଜେନା, ଦୀପ୍ତି ରଂଜନ ସେନାପତି ,ନୀଳମଣି ମଲ୍ଲିକ, ଶରତ ଚନ୍ଦ୍ର ରାଉଳ, ବିବେକ ମେହେର, ସତ୍ୟବ୍ରତ ସେଠୀ, କମଳ କୁମାର ସେଠୀ, ଚିତ୍ତରଂଜନ ସାହୁ, ସତ୍ୟନାରାୟଣ ଗୁପ୍ତା ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ଯୋଜନାଧିକାରୀ ଚନ୍ଦନ କୁମାର ପତି କାର୍ଯ୍ୟକ୍ରମ ପରିଚାଳନା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ୧୦୦ରୁ ଉର୍ଦ୍ଦ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।