Hot Posts

6/recent/ticker-posts

ବାତ୍ୟା ଅର୍ଣ୍ଣାବକୁ ନେଇ ଜିଲ୍ଲା ପ୍ରଶାସନ ସଜାଗ ରହିଛି।

ରାୟଗଡ଼ା, ୨୪/୦୯ ( ଭି. ଗୌରି ଶଙ୍କର ରାଓ ) : ବଙ୍ଗୋପ ସାଗରରେ ସୃଷ୍ଟି ଲଘୁଚାପ ଅବପାତ ରୂପ ନେଇଛି, ଯାହାର ପ୍ରଭାବରେ ରାୟଗଡ ଜିଲ୍ଲାରେ ତୁହାକୁ ତୁହା ହାଲକା ବର୍ଷା ରହିଛି। ଜିଲ୍ଲାରେ ବର୍ଷାର ସମ୍ଭାବନାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ସମସ୍ତ ଅଧିକାରୀଙ୍କୁ ନେଇ OSWAN ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଏକ ପ୍ରସ୍ତୁତି ବୈଠକ ମାଧ୍ୟମରେ ଆଲର୍ଟ ରହିବାକୁ କୁହା ଯାଇଛି। ଜିଲ୍ଲାର ସମସ୍ତ ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡିବାକୁ ନିର୍ଦେଶ ଦିଆଯାଇଛି, ଏବଂ ସ୍ବାସ୍ଥ୍ୟ ବିଭଗ ,ଅଗ୍ନୀସମ ବିଭାଗ, ବୀଦ୍ୱତ ବିଭାଗକୁ ସଜାଗ ରହିବା ନିମନ୍ତେ କୁହାଯିବା ସହିତ ଜିଲ୍ଲାରେ ବୁର୍ବରୁ ଓଡ୍ରାଫର ୩୫ ଜଣିଆ ତିନିଟି ଟିମ ରାୟଗଡରେ ସଜାଗ କରି ରଖାଯାଇଛି।ଅଗ୍ନିଶମ ବିଭାଗର 3 ଜଣିଆ ଟିମ ଜିଲ୍ଲା ରେ ଯେ କୌଣସି ଘଟଣା ଘଟିଲେ ତାହାର ତାହାର ମୁକୁବାଲା ପାଈ ପ୍ରସ୍ତୁତ ହେଇ ଅଛନ୍ତି। ଆଜି ଦିନ 12 ଘଣ୍ଟା ସମୟ ରେ 326 ନମ୍ବର ଜାତୀୟ ରାପଥରେ ଶେଷଖଲ ଠାରେ ବଡ଼ ବଡ଼ ଗଛ ପଡ଼ି ରାସ୍ତା ଅବରୋଧ ହେଇ ଥିଲା ।ଖବର ପାଇଲା ପରେ ତୁରନ୍ତ ଖବର ପାଈ ଅଗ୍ନି ସମ ବିଭାଗ ପହଞ୍ଚି ରାସ୍ତା ସଫା କରି ଥିଲେ ସେହିପରି ଅବପାତକୁ ଲକ୍ଷରେ ରଖି ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଗୁଡିକୁ ୨୩- ୨୪ ୨ଦିନ ଛୁଟି ଘୋଷଣା କରଯାଇଛି।ଏବଂ ଭୂସ୍ଖଳନ ପ୍ରବଣ ଅଞ୍ଚଳ, ସମ୍ବେଦନଶୀଳ ସ୍ଥାନ ଓ ରାସ୍ତାଘାଟ ଉପରେ ନିରନ୍ତର ନଜର ରଖିବା ସହ ଗର୍ଭବତୀ ମହିଳା, ବୃଦ୍ଧ, ଶିଶୁ ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେବାକୁ କୁହାଯାଇଛି। ସେହିପରି ପ୍ରତିକୂଳ ପାଣିପାଗ ଅବଧିରେ ନଦୀରେ ଗଣେଶ ମୂର୍ତ୍ତି ବିସର୍ଜନ ବନ୍ଦ ରଖାଯାଇଛି। ଜଳସମ୍ପଦ ବିଭାଗ ଜଳସ୍ତର ଉପରେ ସର୍ବଦା ନଜର ରଖି ସମ୍ଭାବ୍ୟ ବିପଦ ସମ୍ପର୍କରେ ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ରକୁ ଅବଗତ କରିବା ନିମନ୍ତେ କୁହା ହୋଇଛି।