ଭବାନୀପାଟଣା, ୨୪/୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) :ଭବାନୀପାଟଣା ସହରସ୍ଥିତ ସମ୍ଭୁନଗର ପଡ଼ା, ୱାର୍ଡ ନମ୍ବର ୧୫ରେ ବିନାୟକ କ୍ଲବ ପକ୍ଷରୁ ଗଣେଶ ପୂଜା ଉପଲକ୍ଷେ ଭକ୍ତିମୟ ପରିବେଶରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବିନାୟକ କ୍ଲବ ପକ୍ଷରୁ ଦୀର୍ଘ ବର୍ଷ ଧରି ଏଠାରେ ଗଣେଶ ପୂଜା ପାଳନ କରାଯାଇଆସୁଛି। ପୂଜାକୁ ନେଇ ସମ୍ଭୁନଗର ପଡ଼ାବାସୀଙ୍କ ମଧ୍ୟରେ ଏକତା, ଭାଇଚାରା ଓ ଆଧ୍ୟାତ୍ମିକ ଭାବନା ଦେଖିବାକୁ ମିଳିଥିଲା। ଗଣେଶ ଭଗବାନଙ୍କ ପ୍ରତି ଥିବା ଆସ୍ଥା, ବିଶ୍ୱାସ ଓ ଶ୍ରଦ୍ଧା ଯୋଗୁଁ ପୂଜା ଅବସରରେ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଓ ଆନନ୍ଦ ପରିଲକ୍ଷିତ ହୋଇଥିଲା। ଏହି ଅବସରରେ ପଡ଼ାବାସୀ, ଶ୍ରଦ୍ଧାଳୁ ଓ ଅଞ୍ଚଳବାସୀ ବହୁ ସଂଖ୍ୟାରେ ଯୋଗଦେଇ ମହାପ୍ରସାଦ ସେବନ କରିଥିଲେ। କ୍ଲବର ସଦସ୍ୟମାନେ ସମଗ୍ର କାର୍ଯ୍ୟକ୍ରମକୁ ସୁଚାରୁ ଭାବେ ପରିଚାଳନା କରିଥିଲେ। ଗଣେଶ ପୂଜାକୁ ନେଇ ପଡ଼ାରେ ସୃଷ୍ଟି ହୋଇଥିବା ଏହି ଭକ୍ତିମୟ ପରିବେଶ ସମସ୍ତଙ୍କୁ ଆନନ୍ଦିତ କରିଥିଲା। ଗଣେଶ ପୂଜା ଅବସରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ସହ ଭଗବାନ ଗଣେଶଙ୍କ ପ୍ରତି ଆସ୍ଥା ଓ ଭକ୍ତି ଦେଖିବାକୁ ମିଳିଥିଲା। ପୂଜାରେ ସାମିଲ ହୋଇ ଶ୍ରଦ୍ଧାଳୁମାନେ ବେଶ୍ ଆନନ୍ଦିତ ହୋଇଥିବା ବେଳେ ସମଗ୍ର ପରିବେଶ ଭକ୍ତିମୟ ଓ ଉତ୍ସବମୁଖର ହୋଇଉଠିଥିଲା।
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଉପ ଖଣ୍ଡ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

