Hot Posts

6/recent/ticker-posts

ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ପଡିଆ ଠାରେ ୬୫ ତମ ସାହାଣୀ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ଅନୁଷ୍ଠିତ

ନୂଆପଡ଼ା, ୨୬/୦୯ ( ପରମେଶ୍ୱର ମେହେର ) : ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ପଡିଆ ଠାରେ ୬୫ ତମ ସାହାଣୀ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ର ଦୁଇ ଗୋଟି ମେଚ ଅନୁଷ୍ଠିତ। ପ୍ରଥମ ମ୍ୟାଚ ନୂଆପଡା ଓ କନ୍ଧମାଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା କନ୍ଧମାଳ ୩/୦ ରେ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ କୋରାପୁଟ 3ବନ୍ ମାଲକାନଗିରି ମଧ୍ୟରେ ଅନୁଷ୍ଠିତ ହୋଇ ୦୧ ରେ କୋରାପୁଟ ବିଜୟୀ ମୁଖ୍ୟ ଅତିଥି ରୂପେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଓ ଖଡ଼ିଆଳ ଏସଡିପିଓ ଉପେନ୍ଦ୍ର କୁମାର ପ୍ରଧାନ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ସେହିପରି ଦ୍ୱିତୀୟ ଖେଳ ମାଳକାନଗିରି ଓ କୋରାପୁଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଅଛି। କୋରାପୁଟ ୧/୦ ରେ ବିଜୟୀ ହୋଇଥିଲା।ଏମସି ଭାବେ ମନୋଜ କୁମାର ନାଏକ ଯୋଗଦାନ ଦେଇଥିଲେ। ଅତିଥି ରୂପେ ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାଧୀନ କେତନ ମହାରଣା ଓ ଖଡ଼ିଆଳ ଆଇଆଇସି ସୁମନ୍ତ କୁମାର ନାଏକ ଯୋଗ ଦେଇ ଫୁଟବଲ୍ ଖେଳ ଅଞ୍ଚଳ ଉତ୍ସାହ ଜଗ୍ରତ କରିବା ସହ ଫୁଟବଲ୍ ଏକାଡେମୀ ନିର୍ମାଣ ନେଇ ସରକାରଙ୍କ ଫ୍ଲଦୃଷ୍ଟି ଆକର୍ଷଣ କରିବି ବୋଲି ବିଧାୟକ ପ୍ରକାଶ କରିଥିଲେ। ଖଡ଼ିଆଳ କ୍ରିକେଟ ଓ ସ୍ପୋର୍ଟସ ଆସୋସିଏସନ ତଥା ଫୁଟବଲ ମହାକୁମ୍ଭର ସଭାପତି ସନ୍ତୋଷ କୁମାର ପଟ୍ଟନାୟକ, ସମ୍ପାଦକ ଜିତେନ୍ଦ୍ର ନାଥ ପଟ୍ଟନାୟକ, ସହ ବହୁ ଖେଳ ପ୍ରେମୀ ସହଯୋଗ କରିଥିଲେ।