ଖାକିରେ ଦାଗ, ନିଜ ପତ୍ନୀଙ୍କୁ ନିର୍ଯାତନା ଅଭିଯୋଗ ରେ ଏସ.ଆଇ ସ୍ୱାମୀ ଗିରଫ।
ଭଦ୍ରକ, ୦୧/୦୯ ( ନବଦୂତ ) : ସୂଚନା ଅନୁଯାଇ-ଭଦ୍ରକ ସଦର ଟାଉନା ଥାନାରେ କାର୍ଯ୍ୟରତ ପୋଲିସ ଅଫିସର ପ୍ସତ୍ନୀଙ୍କ ଅଭିଯୋଗ ରେ ପୋଲିସ ଏସ ଆଇ,ଗଣନାଥ ସେଠୀ ଙ୍କୁ ଗିରଫକଲା ଟାଉନ ଥାନା ପୋଲିସ। ଥାନାରେ ଅଭିଯୋଗକାରୀଙ୍କ ଏତଲା ଉପରେ, ଟାଉନ ଥାନା ଏସଆଇ ଗଣନାଥ ସେଠୀ ବହୁଦିନ ହେବ ନିଜ ପତ୍ନୀଙ୍କୁ ଶାରୀରିକ ଓ ମାନସିକ ଅତ୍ୟାଚାର ଦେଉଥିଲେ,ଥାନାରେ ସାଂଘାତିକ ଅଭିଯୋଗ ପାଇବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କଲା ପୋଲିସ ଟିମ।ନିଜେ ଜଣେ ଆଇନ ର ରକ୍ଷକ ହୋଇ କିଭଳି ନିଜ ପତ୍ନୀଙ୍କୁ ଅତ୍ୟାଚାର କରୁଥିଲେ ,ପୁରା ଭଦ୍ରକ ଜିଲାର ଚର୍ଚ୍ଚାର ବିଷୟ ବୋଲି ସୂଚନା ମିଳିଛି।