Hot Posts

6/recent/ticker-posts

ସାମ୍ବାଦିକ ଓ ପୋଲିସ ମୁଦ୍ରାର ଦୁଇଟି ପାର୍ଶ୍ୱ।

ବୋଲଗଡ଼, ୦୧/୦୯ (ସୁଶାନ୍ତ କୁମାର ପ୍ରଧାନ) : ବୋଲଗଡ଼ ଥାନାରେ ନୂତନ ଆଇଆଇସି ଭାବେ କାହ୍ନୁ ଚରଣ ସ୍ୱାଇଁ ଯୋଗ ଦାନ କରିଛନ୍ତି। ଏହି ଅବସରରେ ବୋଲଗଡ଼ ବ୍ଲକ ଶାଖା ଭଏଏସ ଅଫ ମିଡିଆ ପକ୍ଷରୁ ନୂତନ ଆଇଆଇସିଙ୍କୁ ଭେଟି ପୁଷ୍ପଗୁଚ୍ଛ ଓ ଫୁଲତୋଡା ଦେଇ ମଙ୍ଗଳବାର ସ୍ୱାଗତ ଓ ସମ୍ବର୍ଦ୍ଧନା କରାଯାଇଛି।ଏହି ସ୍ୱାଗତ ସମ୍ବର୍ଦ୍ଧନା ପର୍ବରେ ସଂଘ ସଭାପତି ନିରଞ୍ଜନ ନାୟକ, ଦେଵବ୍ରତ ହୋତା, ଗଙ୍ଗାଧର ଦାଶ, ଦୀପକ କୁମାର ପାହାଡ଼ସିଂହ, ପ୍ରଫୁଲ୍ଲ କୁମାର ସିଂହ,ଅବଦୁଲ ଖଲିକ ଖାଁନ, ନିରଞ୍ଜନ ସେଠୀ ଓ ଯଦୁନାଥ ସାମନ୍ତରାୟ ପ୍ରମୁଖ ସାମିଲ ହୋଇଥିଲେ। ପୋଲିସ ସାଧାରଣ ଜନତାର ବନ୍ଧୁ।ଏଣୁ ପୋଲିସ ଓ ସାଧାରଣ ଜନତାଙ୍କ ମଧ୍ୟରେ ସୁସମ୍ପର୍କ ରହିବା ନିହାତି ଜରୁରୀ ଅଟେ।ଗଣମାଧ୍ୟମ ଗଣତନ୍ତ୍ରର ଚତୃର୍ଥ ସ୍ତମ୍ବ ହୋଇଥିବାରେ ସମାଜର ସାଧାରଣ ବ୍ୟକ୍ତି ଓ ସରକାରଙ୍କ ମଧ୍ୟରେ ଯୋଗସୂତ୍ରର ମୁଖ୍ୟ ମାଧ୍ୟମ ହିଁ "ଗଣମାଧ୍ୟମ" ନିଭାଇ ଆସିଛି।ଏଣୁ ସମାଜରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ଅତିବ ଜରୁରୀ ରହିଛି।ଅପରପକ୍ଷେ ପୋଲିସ ସର୍ବଦା ଜନତାର ନିକଟତର ଓ ଜନତା ପୋଲିସକୁ ସହଯୋଗ ଅପରି ହାର୍ଯ୍ୟ ସହିତ ସାମ୍ବାଦିକ ଓ ପୋଲିସ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ବୋଲି ନୂତନ ଥାନା ଅଧିକାରୀ ଶ୍ରୀସ୍ୱାଇଁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।