Hot Posts

6/recent/ticker-posts

ସମ୍ଭାବ୍ୟ ବାତ୍ୟା ରେ ଘର ଭାଙ୍ଗି ଯିବାରୁ ଅଳ୍ପ କେ ବଞ୍ଚିଲେ ପରିବାର ର ଚାରି ସଦସ୍ୟ।

ମାଲକାନଗିରି, ୨୫/୦୯ (ଶରତ ଚନ୍ଦ୍ର ଖରା) : ମାଲକାନଗିରି ଜିଲ୍ଲାରେ ଲାଗି ରହିଛି ବାତ୍ୟାର ପ୍ରକପ ମିଳିଥିବା ସୂଚନାନୁଯାୟୀ ଗତ ରାତିରେ କୁଡୁମୁଲୁ ଗୁମ୍ମା ଗ୍ରାମ ପଞ୍ଚାୟତ ସଦର ମହକୁମା ଠାରେ ବାସ କରୁଥିବା ଶ୍ରୀମତୀ ବାସନ୍ତୀ ଖେମୁଡୁ ଙ୍କ ଘର ଭାଙ୍ଗି ଯାଇଛି ଘରେ ତାଙ୍କ ସ୍ବାମୀ ଶରତ ଚନ୍ଦ୍ର ଖରା ଏବଂ ତାଙ୍କ ର ପୁଅ ଓ ଝିଅ ଘରେ ଶୋଇଥିବା ସମୟରେ ହଠାତ୍ ଘରଟି ଭାଙ୍ଗି ଯାଇଥିଲା ଅଳ୍ପ କେ ପରିବାର ର ସମସ୍ତେ ବଞ୍ଚି ଯାଇଥିବା ବେଳେ ବର୍ତମାନ ପିଲାଙ୍କୁ ଧରି କୋଉଠି ରହିବେ ଚିନ୍ତା ରେ ପଡ଼ିଛନ୍ତି। ଘର ଟି ସଂପୂର୍ଣ୍ଣ ଭାଙ୍ଗି ଯାଇଥିବା ରୁ ତହା ବର୍ତ୍ତମାନ ରହିବା ଉପଯୋଗୀ ନୁହେଁ।ତେଣୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଏବଂ ତାଙ୍କ ପରିବାର ବର୍ତ୍ତମାନ ରହିବା ନିମନ୍ତେ ଏକ ଘର ଯୋଗାଇ ଦେବାକୁ ପରିବାର ଅନୁରୋଧ କରିଛନ୍ତି।