ଅଗ୍ନି ବିପନ୍ନ ପରିବାରକୁ ସହାୟତାର ହାତ ବଢ଼ାଇଲା ଖରସ୍ରୋତା ପୁସ୍ତକ ମେଳା କମିଟି
ବିଂଝାରପୁର, ୨୪/୦୯ (ପ୍ରଦୀପ କୁମାର ମଲ୍ଲିକ) : ରାଜକନିକା ବ୍ଲକ୍ ଅନ୍ତର୍ଗତ ବରପଡ଼ା ଗ୍ରାମର ବିନିତା ଜେନାଙ୍କ ଘର ମଙ୍ଗଳବାର ଅଗ୍ନିକାଣ୍ଡ ରେ ଜଳି ଛାରଖାର ହେବା ଖବର ରବିନ୍ଦ୍ର ଦାସ ଙ୍କ ଫେସ୍ ବୁକ୍ ରେ ଦେଖିଲା ପରେ ଆଜି ଖରସ୍ରୋତା ପୁସ୍ତକ ମେଳା କମିଟିର ସଭାପତି ଶ୍ରୀଯୁକ୍ତ ପଦ୍ମାକର ଗୁରୁ ତାଙ୍କ ସହ କଥା ହୋଇ ସତ୍ୟାସତ୍ୟ ଖବର ନେଲା ପରେ ପୁସ୍ତକ ମେଳା କମିଟିର ଉପଦେଷ୍ଟା ଗଣ ସର୍ବଶ୍ରୀ ନିରଞ୍ଜନ ବେହେରା, ହାଟସାହି ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସୀତା ଦେଇ, ଲୋତକ ବିନ୍ଦୁ ଦାସ ଏବଂ ଗନ୍ଧର୍ବ କୁମାର ଦାସ ପ୍ରମୁଖଙ୍କୁ ପଠାଇ ଦିବା ଏକ ଘଟିକା ପନ୍ଦର ମିନିଟ୍ ସମୟରେ ଅଗ୍ନି ବିପନ୍ନ ବିନିତା ଜେନାଙ୍କ ଘରେ ମେଳା କମିଟି ପହଂଚି ଶୁଖିଲା ଖାଦ୍ୟ, ପାଲ ଏବଂ ଆର୍ଥିକ ସହଯୋଗ କରିଥିଲେ | ମେଳା କମିଟିର ସଭାପତି ଶ୍ରୀଯୁକ୍ତ ଗୁରୁ ଏ ପ୍ରସଙ୍ଗରେ ରାଜକନିକା ବ୍ଳକର ବିଡିଓ ମହାଳିକ ବାବୁଙ୍କ ସହ ଫୋନରେ କଥା ହୋଇ ସରକାରୀ ସହଯୋଗ କିପରି ଶ୍ରୀମତୀ ଜେନାଙ୍କୁ ଅବିଳମ୍ବେ ମିଳିପାରିବ ଆଲୋଚନା କରିଥିଲେ | ଏପରି ତ୍ଵରିତ ସହଯୋଗ ଉପଦେଷ୍ଟା ଗଣ କରିଥିବାରୁ ଶ୍ରୀଯୁକ୍ତ ଗୁରୁ ସେମାନଙ୍କୁ ହୃଦୟରୁ କୃତଜ୍ଞତା ସହ ଧନ୍ୟବାଦ୍ ଅର୍ପଣ କରିଥିଲେ |