Hot Posts

6/recent/ticker-posts

ବୃନ୍ଦାବତୀ ବିହାର ଶିଶୁ ବିଦ୍ୟା ମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ

କଳାହାଣ୍ଡି, ୦୪/୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : ବୃନ୍ଦାବତୀ ବିହାର, ଭବାନିପାଟଣା ତା. ୦୪/୦୯/୨୦୨୬: ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ବୃନ୍ଦାବତୀ ବିହାରରେ ଶୁକ୍ରବାର ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ଭକ୍ତିମୟ ପରିବେଶରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ଉମେଶ ଚନ୍ଦ୍ର ଶତପଥୀ ଯୋଗଦେଇ ଶ୍ରୀକୃଷ୍ଣଙ୍କ ଆଦର୍ଶ ଜୀବନ ଓ ତାଙ୍କର ଶିକ୍ଷାର ପ୍ରାସଙ୍ଗିକତା ଉପରେ ମତବ୍ୟକ୍ତ କରିଥିଲେ। ବରିଷ୍ଠ ଆଚାର୍ଯ୍ୟ ଶ୍ରୀଯୁକ୍ତ ମହେନ୍ଦ୍ର ନାଏକ ଅତିଥି ପରିଚୟ ପ୍ରଦାନ କରିବା ସହ ଜନ୍ମାଷ୍ଟମୀ ଉତ୍ସବର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ଆଚାର୍ଯ୍ୟା ରଞ୍ଜୁଲତା ଦାସ ଶ୍ରୀକୃଷ୍ଣଙ୍କ ଜୀବନୀ ଓ ଆଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ଆଚାର୍ଯ୍ୟା ସସ୍ମିତା ସାହାଣୀ ଏବଂ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ସୁଚାରୁରୂପେ ସମ୍ପାଦିତ ହୋଇଥିଲା। ଏହି ଅବସରରେ ଶିଶୁମାନଙ୍କ ଦ୍ୱାରା ଶ୍ରୀକୃଷ୍ଣ ବେଶ, ଗୀତିନାଟ୍ୟ ଓ ମନୋମୁଗ୍ଧକର ନୃତ୍ୟ ପରିବେଷଣ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମର ଦାୟିତ୍ୱରେ ଆଚାର୍ଯ୍ୟ ଜ୍ୟୋତିର୍ମୟ ହରପାଲ ରହିଥିଲେ। ଶେଷରେ ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ଉମା ଶଙ୍କର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ପରିଶେଷରେ ଶିଶୁମାନଙ୍କ ଦ୍ୱାରା ଦହିହାଣ୍ଡି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଆନନ୍ଦ ଓ ଉତ୍ସାହର ପରିବେଶ ମଧ୍ୟରେ ଉତ୍ସବର ସମାପନ ହୋଇଥିଲା।




କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଉପଖଣ୍ଡ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ