Hot Posts

6/recent/ticker-posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଛଅସ୍ତରିତମ ଜୟନ୍ତୀ ଉପଲକ୍ଷେ ଦୀପ ଦାନ କାର୍ଯକ୍ରମ

ବିଂଝାରପୁର, ୧୮/୦୯ (ପ୍ରଦୀପ କୁମାର ମଲ୍ଲିକ) : ଭାରତବର୍ଷର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ୭୬ ତମ ଜୟନ୍ତୀ ଉପଲକ୍ଷେ ଗତକାଲି ସନ୍ଧ୍ୟାରେ ବିଂଝାରପୁର ବିଜେପି ପରିବାର ପକ୍ଷରୁ ଜରୀ ଧଳ ସାହି ପଞ୍ଚମୁଖୀ ହନୁମାନ ମନ୍ଦିରରେ ଦୀପ ଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, । ଶତାଧିକ ବିଜେପି କର୍ମୀ ଓ ମହିଳା ଛାତ୍ର, ଯୁବକ ଓ ଚାଷୀ ମୂଲିଆ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ନିରାମୟ ଜୀବନ କାମନା ନିମନ୍ତେ ଦୀପ ଦାନ କରି ମହାପ୍ରଭୁ ହନୁମାନଙ୍କ ନିକଟରେ ପାର୍ଥନା କରିଥିଲେ। ଜିଲ୍ଲା ବିଜେପି ଉପ ସଭାପତି ଶ୍ରୀମତୀ ପ୍ରଭାତୀ ସାହୁ, ଭୁବନାନନ୍ଦ ସାମଲ, ବିଘ୍ନରାଜ କର, ଦୈତାରୀ ମଲିକ, ଗୋପାଳ ସାମଲ, ନରେନ୍ଦ୍ର ଥାଟ୍ଟୋଇ, ଗୋପାଳ ପ୍ରଧାନ, ବାଇଧର ନାୟକ, ମୁରଲୀ ପାତ୍ର ସଂଜୀବ ସାମଲ, ସନ୍ତୋଷ ଧଳ, ଦାମୋଦର ମଲିକ, ପ୍ରଫୁଲ ନାୟକ, ରଞ୍ଜନ ମଲିକ, ସନ୍ତୋଷ ମଲିକ ଘନଶ୍ୟାମ ବେହେରା, ଯୁଧିଷ୍ଠିର ସେଠୀ, ଗୋପବନ୍ଧୁ ସାମଲ, ପ୍ରଦୀପ ସାମଲ, ବାଦଲ ମଲିକ, ଜୀତେନ୍ଦ୍ର ସାମଲ, ନଟବର ଦାଶ, ମନୋଜ ମଲିକ, ଚୈତନ୍ୟ ଜେନା, ବାରିନୀ ଜେନା ପ୍ରମୁଖ ଅଂଶଗ୍ରହଣ କରି ପ୍ରଧାନମନ୍ତ୍ରୀ ମୋଦିଙ୍କ ବହୁମୁଖୀ ପ୍ରତିଭାର ସ୍ମୁତି ଚାରଣ କରିବା ସହିତ ଏକ ମାସ ପର୍ଯ୍ୟନ୍ତ ଗାଁ ଗଣ୍ଡାରେ ମୋଦୀ ସରକାରଙ୍କ ସଫଳତାର ବାର୍ତ୍ତା ଘରେ ଘରେ ପହଞ୍ଚାଇବାକୁ ସେବା ସଂକଳ୍ପ ଅଭିଯାନ ଆଜି ଦିନଠାରୁ ଜରୀ ଗ୍ରାମରୁ ବ ଶୁଭାରମ୍ଭ କରାଯାଇଥିଲା। ଆସନ୍ତା ସପ୍ତାହରେ ରକ୍ତ ଦାନ ଶିବିର, ସ୍ବଚ୍ଛ ପରିମଳ ବ୍ୟବସ୍ଥା, ବୃକ୍ଷ ରୋପଣ, ଲଭାର୍ଥିଙ୍କୁ ସମ୍ବର୍ଦ୍ଧନା ଆଦି ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ମଧ୍ଯ ସୂଚନା ଦିଆଯାଇଥିଲା, କାର୍ଯ୍ୟକ୍ରମ ପରେ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା।