Hot Posts

6/recent/ticker-posts

ରାୟଗଡ଼ା ରେଳମଣ୍ଡଳରେ ସ୍ୱଚ୍ଛତା ପଖୱାଡା ପାଳନ

ରାୟଗଡ଼ା, ୧୯/୦୯ ( ଭି. ଗୌରି ଶଙ୍କର ରାଓ ) : ପୂର୍ବତଟ ରେଳପଥର ରାୟଗଡ଼ା ରେଳ ମଣ୍ଡଳରେ ରେଳ ଅଧିକାରୀ ଓ କର୍ମଚାରୀମାନଙ୍କ ସକ୍ରିୟ ଅଂଶଗ୍ରହଣରେ ସ୍ୱଚ୍ଛତା ପଖୱାଡା (ପକ୍ଷ୍ୟ) ପାଳିତ ହୋଇଯାଇଅଛି । ଏହି ଅବସରରେ ସ୍ୱଚ୍ଛତା, ପରିଚ୍ଛନ୍ନତା ଏବଂ ସ୍ୱଚ୍ଛ ଓ ପରିସ୍କାର ପରିଚ୍ଛନ୍ନ ରେଳ ପରିବେଶ ବଜାୟ ରଖିବା ପ୍ରତି ରେଳ ବିଭାଗର ପ୍ରତିବଦ୍ଧତାକୁ ପୁନଃ ଦୃଢ଼ କରାଯାଇଛି। ଏହି ଅବସରରେ ରାୟଗଡ଼ା ରେଳ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଅମିତାଭ ସିଂହଲ ରେଳ ଅଧିକାରୀ ଓ କର୍ମଚାରୀମାନଙ୍କୁ ସ୍ୱଚ୍ଛତା ପାଇଁ ଶପଥ ପାଠ କରାଇଥିଲେ। ସେ ସମସ୍ତ କର୍ମଚାରୀଙ୍କୁ ସ୍ୱଚ୍ଛତାକୁ ଦୈନନ୍ଦିନ ଜୀବନର ଏକ ଅଂଶ ଭାବେ ଗ୍ରହଣ କରିବା ସହିତ ରେଳ ପରିସରକୁ ପରିଷ୍କାର ଓ ସ୍ୱଚ୍ଛ ରଖିବାରେ ସକ୍ରିୟ ଯୋଗଦାନ କରିବାକୁ ଆହ୍ୱାନ ଜଣାଇଥିଲେ। ସ୍ୱଚ୍ଛତା ସଚେତନତା ଅଭିଯାନର ଅଂଶ ଭାବେ ରାୟଗଡ଼ା ରେଳ ଷ୍ଟେସନଠାରେ ଏକ ପଥପ୍ରାନ୍ତ ନାଟକ ଆୟୋଜନ କରାଯାଇଥିଲା। ଏହା ମାଧ୍ୟମରେ ଯାତ୍ରୀ ଓ ସାଧାରଣ ଲୋକଙ୍କୁ ସ୍ୱଚ୍ଛତାର ଗୁରୁତ୍ୱ, ଉପଯୁକ୍ତ ଭାବେ ଆବର୍ଜନା ପରିଚାଳନା ଏବଂ ରେଳ ପରିସରକୁ ଦାୟିତ୍ୱବୋଧ ସହ ବ୍ୟବହାର କରିବା ସମ୍ପର୍କରେ ସଚେତନ କରାଯାଇଥିଲା। ଏହି ଜନସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ରେଳ ବ୍ୟବହାରକାରୀମାନଙ୍କୁ ରେଳ ଷ୍ଟେସନ ଓ ଏହାର ଆଖପାଖ ଅଞ୍ଚଳକୁ ସ୍ୱଚ୍ଛ ରଖିବାରେ ସକ୍ରିୟ ଭାବେ ସହଯୋଗ କରିବାକୁ ଉତ୍ସାହିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ରେଳ ମଣ୍ଡଳର ବରିଷ୍ଠ ମଣ୍ଡଳ ଯାନ୍ତ୍ରିକ ଇଞ୍ଜିନିୟର (ସିନିୟର ଡିଏମଇ) ଶ୍ରୀ ପ୍ରବୀଣ ଭାଟିଙ୍କ ଦ୍ୱାରା ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀମାନଙ୍କ ସହଯୋଗରେ ପରିଚାଳନା କରାଯାଇଥିଲା। ସ୍ୱଚ୍ଛତା ପଖୱାଡାର ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ରେଳ ମଣ୍ଡଳରେ ସ୍ୱଚ୍ଛତାର ସଂସ୍କୃତିକୁ ଆହୁରି ସୁଦୃଢ଼ କରିବା ସହିତ ରେଳ କର୍ମଚାରୀ, ଯାତ୍ରୀ ଓ ସାଧାରଣ ଲୋକଙ୍କ ସାମୂହିକ ଅଂଶଗ୍ରହଣ ମାଧ୍ୟମରେ ଏକ ସ୍ୱଚ୍ଛ, ସବୁଜ ଓ ସୁସ୍ଥ ରେଳ ପରିବେଶ ସୃଷ୍ଟି ପାଇଁ ପ୍ରୋତ୍ସାହିତ କରାଯାଉଛି।