Hot Posts

6/recent/ticker-posts

ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ଜନ୍ମମାସ ଉପଲକ୍ଷେ ଭାଦ୍ରବ ପରିକ୍ରମା ଉଦ୍‌ଯାପନୀ ଉତ୍ସବ

ଜୁନାଗଡ଼, ୧୯/୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ଜନ୍ମମାସ ଉପଲକ୍ଷେ ଦୀର୍ଘ ୩୧ ଦିନ ଧରି ଚାଲିଥିବା ଭାଦ୍ରବ ପରିକ୍ରମାର ଉଦ୍‌ଯାପନୀ ଉତ୍ସବ ଜୁନାଗଡ଼ ସତ୍‌ସଙ୍ଗ କେନ୍ଦ୍ରରେ ଭକ୍ତିମୟ ପରିବେଶରେ ପାଳିତ ହୋଇଯାଇଛି। ଏହି ଅବସରରେ ସତ୍‌ସଙ୍ଗୀ ଓ ଭକ୍ତମାନଙ୍କ ଦ୍ୱାରା ବିଭିନ୍ନ ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସହ ଭଜନ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା। ଭକ୍ତମାନେ ଠାକୁର ଅନୁକୂଳଚନ୍ଦ୍ରଙ୍କ ଆଦର୍ଶ ଓ ବାଣୀକୁ ସ୍ମରଣ କରି ତାଙ୍କ ଦର୍ଶିତ ମାର୍ଗରେ ଚାଲିବା ପାଇଁ ସଂକଳ୍ପ ନେଇଥିଲେ। ଉଦଯାପନୀ ଉତ୍ସବରେ ଜୁନାଗଡ଼ ସଭାପତି ଋତ୍ୱିକ୍ (ଏସପିଆର) ରମେଶ ଚନ୍ଦ୍ର ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଭାବେ ସତ୍‌ସଙ୍ଗ ସଭାପତି ଋତ୍ୱିକ୍ (ଏସପିଆର) ଅସୀମ ଘୋଷ ଯୋଗଦେଇ ଠାକୁର ଅନୁକୂଳଚନ୍ଦ୍ରଙ୍କ ଜୀବନାଦର୍ଶ, ମାନବ ସେବା ଓ ଆଧ୍ୟାତ୍ମିକ ଚେତନା ସମ୍ପର୍କରେ ଭକ୍ତମାନଙ୍କୁ ମାର୍ଗଦର୍ଶନ କରିଥିଲେ। ଏହି ଅବସରରେ ଅଧୂର୍ଯ୍ୟ ଅନ୍ତର୍ଯ୍ୟାମୀ ପାଢ଼ୀ, ଯାଜକ ଜଗନ୍ ଚନ୍ଦାନୀ ଓ ଯାଜକ ସଞ୍ଜୟ ପଣ୍ଡାଙ୍କ ସମେତ ବହୁ ସତ୍‌ସଙ୍ଗୀ ଓ ଭକ୍ତ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ସୋମନାଥ କାୟସ୍ଥ, ଲକ୍ଷ୍ମୀ କାୟସ୍ଥ, ଜଗବନ୍ଧୁ ସାହୁ, ମଧୁସୁଦାନ ସାହୁ, ସନାତନ କାୟସ୍ଥ, ସସ୍ମିତା ନାୟକ,ବନଲତା ସାହୁ,ବବିତା ନାୟକ ଓ ସ୍ୱପ୍ନା କାୟସ୍ଥଙ୍କ ଦ୍ୱାରା ଭକ୍ତିମୟ ସଙ୍ଗୀତ ପରିବେଷଣ କରାଯାଇଥିଲା। ସଙ୍ଗୀତ ପରିବେଷଣ ସମୟରେ ଭକ୍ତମାନେ ଆଧ୍ୟାତ୍ମିକ ଭାବନାରେ ଭାବବିହ୍ୱଳ ହୋଇପଡ଼ିଥିଲେ। କାର୍ଯ୍ୟକ୍ରମରେ ଜୁନାଗଡ଼ ସତସଙ୍ଗ କେନ୍ଦ୍ର ପରିଚାଳନା କମିଟି ସଭାପତି ରଶ୍ମି ରଞ୍ଜନ ନାୟକ, ସାଧାରଣ ସମ୍ପାଦକ ସରୋଜ ବରାଳ, କୋଷାଧ୍ୟକ୍ଷ ସମୀର କୁମାର ଆଦିତ୍ୟ, ସତ୍‌ସଙ୍ଗ କେନ୍ଦ୍ର ଇନ୍‌ଚାର୍ଜ ସ୍ବାସ୍ତିଦୀପ ଆଦିତ୍ୟ ଏବଂ ଅନ୍ୟତମ ଉଦଯାପନୀ ଉତ୍ସବ ଦାୟିତ୍ବରେ ଥିବା ଚିତ୍ତରଞ୍ଜନ ବାରିକ, ସୁରେନ୍ଦ୍ର ବିଶି, ମନୋରଞ୍ଜନ ଦୋରା, ବିନୟ ସ୍ୱାଇଁ, ଶୁଭଶ୍ରୀ ପଣ୍ଡା, ବବିତା ସାହୁ, ସ୍ୱପ୍ନା ଦୋରା, ଅଗ୍ନିପ୍ରିୟ ବାରିକ ସମେତ ବହୁ ସଂଖ୍ୟକ ସତ୍‌ସଙ୍ଗୀ ଓ ଭକ୍ତ ଉପସ୍ଥିତ ଥିଲେ। ଉଦ୍‌ଯାପନୀ ଉତ୍ସବ ଭକ୍ତି,  ଶ୍ରଦ୍ଧା ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସମାପିତ ହୋଇଥିଲା।



କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ