Hot Posts

6/recent/ticker-posts

କୋମନା ସବ୍‌ରେଜିଷ୍ଟ୍ରାର ଅଫିସରେ ଜମି ପଞ୍ଜୀକରଣ ବିଳମ୍ବକୁ ନେଇ ଅସନ୍ତୋଷ, ଅଫିସ ଘେରାଉ କଲେ କ୍ରେତା-ବିକ୍ରେତା ଓ ଓକିଲ

ନୂଆପଡା, ୦୪/୦୯ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା କୋମନା ସବରେଜିଷ୍ଟ୍ରାର ଅଫିସରେ ରେଜିଷ୍ଟ୍ରେସନ ହେଉନଥିବାରୁ କ୍ରେତା ଓ ବିକ୍ରେତାମାନେ ହଇରାଣ ହେଉଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ କୋମନା ଅଞ୍ଚଳର ଜମିକ୍ରେତା, ବିକ୍ରେତା ଏବଂ ଓକିଲ ମାନେ ଅଫିସ୍‌ ଘେରାଇ କରି ବିରୋଧ କରିଛନ୍ତି । ଗତ ଅଗଷ୍ଟ ୧୧ରେ କୋମନା ତହସିଲ ଚାନ୍ଦୋପଲା ଗାଁର ସତ୍ୟନାରାୟଣ ପ୍ରଧାନୀ ଓ ଭଉଣୀ କୁମୁଦିନୀ ପ୍ରଧାନୀଙ୍କ ଜମି ଜାଲିଆତି ଘଟଣାରେ ତତ୍କାଳୀନ କୋମନା ରେଜିଷ୍ଟ୍ରାର ତଥା ତହସିଲଦାର ସର୍ବେଶ୍ୱର ଜାଲ ଓ ଏଆସସିଷ୍ଟାଣ୍ଟ ରେଜିଷ୍ଟାର ରାମନାଥ ମିଶ୍ରଙ୍କୁ ଜିଲ୍ଲାପାଳ କାର୍ଯ୍ୟରୁ ନିଲମ୍ବନ କରିଥିଲେ । ପରେ କୋମନା ଅତିରିକ୍ତ ତହସିଲଦାର ସେନିଆଶ୍ରୀ ମଲ୍ଲିକଙ୍କୁ ସବ୍‌ରେଜିଷ୍ଟ୍ରାର ଦାୟିତ୍ୱ ଦିଆଯାଇଛି। ଏବେ କୋମନା ସବ୍‌ ରେଜିଷ୍ଟ୍ରାର ଅଫିସରେ ଜମି ପଞ୍ଜୀକରଣକୁ ନେଇ କୋକୁଆ ଭୟ ଲାଗିରହିଛି । ଫଳରେ ଜମି ପଞ୍ଜୀକରଣ ଏକ ପ୍ରକାର ଠପ ହୋଇଛି । ରାଜ୍ୟ ସରକାର ସେମନା ସବ୍‌ରେଜିଷ୍ଟ୍ରାର ଅଫିସ୍‌ରେ ସପ୍ତାହକୁ ଦୁଇଦିନପାଇଁ ନୂଆପଡ୪୨ଟି ଜମି ରେଜିଷ୍ଟ୍ରେସନ କରିବାକୁ ଅନୁମତି ଦେଇଛନ୍ତି । ଆଜି କୋମନା ଅଫିସରେ ୯୦ଟି ଜମି ରେଜିଷ୍ଟ୍ରେସନ ପାଇଁ କ୍ରେତା ଓ ବିଜେତା ଆଗୁଆ ସ୍ଲଟ ବୁକିଂ କରିଥିଲେ । କିନ୍ତୁ ଆଜି ଦିନ ତମାମ ବିଭାଗୀୟ ଅଧିକାରୀଙ୍କ ଅବହେଳା ରୁ ୩ଟି ଜମି ପଞ୍ଜୀକରଣ ହୋଇଥିବା ଅଭିଯୋଗ କରିଛନ୍ତି । ଆଜି ଜମି ପଞ୍ଜୀକରଣ ପାଇଁ ହାରାଧର ମାଝି, ଇମୋଦର ତାଣ୍ଡି, ସରତୀ ସୁନାନୀ, ସଂଗୀତା ଦୀପ ପ୍ରମୁଖ ଆସିଥିଲେ । ଏମାନେ ସମସ୍ତେ ନିୟମାନୁସାରେ ବିକ୍ରୟ ପାଇଁ ଆବଶ୍ୟକ ସମସ୍ତ କାଗଜାତ ଦାଖଲ କରିଥିଲେ । ସ୍ୱଟ ବୁକିଂ ବି ହୋଇଥିଲା କିନ୍ତୁବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ପଞ୍ଜିକରଣ ହୋଇନଥିଲା । ଅପରାହ୍ନରେ ଜମି ତ୍ରେତା ଓ ବିଜେତାମାନେ ଅସନ୍ତୋଷ ପ୍ରକାଶ କରି ସବ୍‌ରେଜିଷ୍ଣୁର ଅଫିସ ଘେରାଉ କରିଥିଲେ । ଏହାକୁ କୋମନା ଓଳିକ ସଂଘ ସମର୍ଥନ କରିଥିଲେ । ଯଦି ଜମି ପଞ୍ଜୀକରଣ ହେବନାହିଁ, ତେବେ ଲୋକଙ୍କ ସ୍ୱଟବୁକ୍ତି କାହିଁକି ହେଉଛି ବୋଲି ଓକିଲମାନେ ପ୍ରଶ୍ନ କରିଥିଲେ । ଦିନକୁ ୨୭ଟି ଜମି ପଞ୍ଜୀକରଣ ହେବାର ନିୟମ ରହିଛି । ଆଜି ୧୦ଟି ସୂଟବୁଝି ହୋଇଥିଲା, କିନ୍ତୁ ମାତ୍ର ୩ଟି ଜମି ପଞ୍ଜୀକରଣ ହୋଇକା। ଫଳରେ କ୍ରେତା ଓ ବିକ୍ରେତାମନେ ନିରାଶ ହୋଇ ଫେରି ଯଇଛନ୍ତି । ସବ୍‌ ରେଜିଷ୍ଟ୍ରାର ଅଫିସରେ ସିସି ଟିଭି କାମ କରୁନଥିବାରୁ ଏଠି ଦଲାଲ ରାଜ ଚାଲିଥିବା ଓକିରଲ ମାନେ ଅଭିଯୋଗ କରିଥିଲେ । ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ଆବଶ୍ୟନ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି । ଏନେଇ କୋମନା ସବ୍‌ରେଜିଷ୍ଟ୍ରାର ତଥା ଅତିରିକ୍ତ ତହସିଲଦାର ସୋନିଆଶ୍ରୀ ମଲ୍ଲିକଙ୍କୁ ପଚାରିବାରୁ ସେ ପ୍ରତିକ୍ରିୟା ଦେବାକୁ ମନା କରିଥିଲେ ।