Hot Posts

6/recent/ticker-posts

ମା ଖୁଦୁରୁକୁଣକୁ ମେଲାଣି

ଯାଜପୁର, ୨୧/୦୯ ( ନିୟୋଜନ କୁମାର ସେଠୀ ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ପ୍ରଥମାଖଣ୍ଡ ଗ୍ରାମରେ ମା ଖୁଦୁରୁକୁଣୀ ଙ୍କ ଓଷା ସମ୍ପନ୍ନ ହୋଇଛି। ଏବଂ ମାଆ ଙ୍କୁ ମେଲାଣି ଦେଇଛନ୍ତି ପ୍ରଥମାଖଣ୍ଡ ଗ୍ରାମର କୁମାରୀ ମାନେ। ଦୀର୍ଘ ଏକ ମାସ ହେବ ଖୁଦୁରୁକୁଣୀ ଙ୍କର ଓଷା ପ୍ରତି ରବିବାର ପାଳନ ହୋଇଥାଏ। ଏଥିରେ ଗ୍ରାମରେ ଥିବା ସାହି ମାନଙ୍କରେ କୁମାରୀ ମାନେ ମିଶି ଏକତ୍ରିତ ହୋଇ ଓଷା ପ୍ରତି ରବିବାର ଖୁଦୁରୁକୁଣୀ ଗିତ ଗାଇ ଥାନ୍ତି।ପ୍ରବାଦ ଅଛିକି ସାଧବ ପୁଅର ମାନେ ଆଗ କାଳରେ ବାଣୀଜ୍ୟ କରିବା ପାଇଁ ସୁଦୁର ଦୂର ଦେଶ ଯଥା _ ଜାଭା, ସୁମିତ୍ରା, ର୍ବୋନିଓ, ଟୋକିଓ କୁ ସାଧବ ପୁଅର ମାନେ ବାଣିଜ୍ୟ କରିବାକୁ ଯାଉଥିଲେ। ସେଠାରେ ବର୍ଷ ବର୍ଷ ଧରି ବେପାର କରି ଧନ ଦୈଲତ, ଧରି ନିଜ ରାଜ୍ୟ କୁ ଫେରୁଥିଲେ। କିମ୍ବଦନ୍ତୀ ଅନୁସାରେ ସେହି ଜାହାଜ ଯେତେବେଳେ କୁଳରେ ଲାଗେ ସାଧବ ପୁଅ ମାନେ ଖବର ଦିଅନ୍ତି ସାତ ବହୁ ମାନେ ଏଠାକୁ ଆସି ଜାହାଜର ମଙ୍ଗ କୋଣରେ ଥିବା ମା ମଙ୍ଗଳା କୁ ବନ୍ଦାପନା କରି ଘରକୁ ନେବାପାଇଁ ଆଗରେ ଖଡ୍ଗ ଧରି ମଙ୍ଗ କୋଣରେ ବସିଥିବା ତଅ ପୋଇ କୁ ବନ୍ଧାପନା କରିବା ସମୟରେ ପ୍ରଥମେ ବଡ଼ ବୋହୂ ର ପାଳି ପଡ଼ିଥାଏ। ପ୍ରଥମେ ଖଡ୍ଗ ରେ ବଡ଼ ବୋହୁ ର ନାକ କଟା ଯାଇ ଥାଏ ।ଏହିପରି ଛଅ ବୋହୁ ଙ୍କର ନାକ କୁ ତଅପୋଇ କାଟିଥାନ୍ତି। ନିଳେନ୍ଧୀ ନାମକ ସାନ ବୋହୁ କୁ ତଅପୋଇ ଏତେ ଭଲ ପାଇଥାନ୍ତି। ତାକୁ ସାଥିରେ ଧରି ଘରକୁ ନେଇ ଆସିଥିଲେ। ଏହି କିମ୍ବଦନ୍ତୀ କୁ ମନେ ପକାଇବା ପାଇଁ ପ୍ରତି ଭଳି କୁମାରୀ ମାନେ ନିଜ ଭାଇଙ୍କର ସୁଭ ମନାସିବା ପାଇଁ ଖୁଦୁରୁକୁଣୀ ଓଷା କରିଥାନ୍ତି। କୁମାରୀ ମାନଙ୍କ ମଧ୍ୟରେ ଶରସ୍ବାତୀ ଦାସ, ଅର୍ଚ୍ଚନା ଦାସ, କଣ୍ଢେଇ ସାହୁ, ଶୁଭଶ୍ରୀ ମହାରଣା, ଦୀପିକା ମହାରଣା, ପୁଷ୍ପାଞ୍ଜଳି ବେହେରା, କଳ୍ପନା ଦାସ, ଗୀତାରାଣୀ ବେହେରା, ଜୟଶ୍ରୀ ବେହେରା, ସବିତା ବେହେରା , ଶୁଭଶ୍ରୀ ବେହେରା, ସୋନାଲି ବେହେରା, ପରି ସାହୁ, ସ୍କୃତୀଶ୍ର, ସୋନାଲି ଦାସ ପ୍ରମୁଖ ଖୁଦୁରୁକୁଣୀ ଓଷା ର ଦାୟିତ୍ଵ ତୁଲାଇ ଥିଲେ।