ଜୟପୁରରେ ଗୁରୁ ଦିବସ ସପ୍ତାହ ପାଳିତ: ଅବସରପ୍ରାପ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧନା
ଜୟପୁର, ୦୬/୦୯ ( ଏ. ଭେଙ୍କଟ ରାଓ ) : ସଙ୍ଗମ କଲ୍ୟାଣ ମଣ୍ଡପ ଜୟନଗର ଜୟପୁର ଠାରେ ଗୁରୁ ଦିବସ ସପ୍ତାହ କାର୍ଯ୍ୟକ୍ରମ ଓ ଅବସର କାଳିନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଅଛି, ଉକ୍ତ କାର୍ଯ୍ୟକ୍ରମ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଉଦ୍ଦେଶ୍ୟରେ ପାଳନ କରାଯାଇଥିଲା, ଉକ୍ତ କାର୍ଯ୍ୟକ୍ରମରେ ଚାକିରି ରୁ ଏପ୍ରିଲ ୨୦୨୬ ରୁ ଚାକିରି ରୁ ଅବସର ଗ୍ରହଣ କରିଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନଙ୍କ ଦ୍ବାରା ମାନପତ୍ର, ଉପଢ଼ୌକନ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା, ଉକ୍ତ କାର୍ଯ୍ୟକ୍ରମରେ ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଅଧିନସ୍ଥ ସମସ୍ତ ବର୍ଗର ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ, କାର୍ଯ୍ୟକ୍ରମ ରେ ଶ୍ରୀ ଚନ୍ଦନ କୁମାର ନାୟକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟପୁର ମୁଖ୍ୟ ଅତିଥି, ଶ୍ରୀ ଲକ୍ଷ୍ମୀ କାନ୍ତ ପାଢି ପୁର୍ବତନ ପ୍ରଧାନ ଶିକ୍ଷକ ତଥା ସାହିତଜ୍ଞ ମୁଖ୍ୟ ବକ୍ତା, ଶ୍ରୀ ପି ହରିଶ୍ଚନ୍ଦ୍ର ରାଓ ପୁର୍ବତନ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟପୁର ତଳ, ଶ୍ରୀ ଶଶୀଭୂଷଣ ଦାଶ୍ ରାଜ୍ୟ ଉପସଭାପତି ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି, ଶ୍ରୀ କେ ଗୋପାଳ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟପୁର, ଶ୍ରୀ ସୋମନାଥ ଗାଦବା ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟପୁର, ଶ୍ରୀ ରାଜେନ୍ଦ୍ର ନାରାୟଣ ପାଢି ବିଭାଗୀୟ ଅଧିକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଜୟପୁର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଉଦେଶ୍ୟ ରେ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ, ଶ୍ରୀମତି ଜ୍ୟୋତି ପଣ୍ଡା ଶିକ୍ଷୟିତ୍ରୀ ପ୍ରଦିପ ପ୍ରଜ୍ବଳନ ସଙ୍ଗିତ ଗାନ କରିଥିଲେ ଶ୍ରୀ ମନୋରଞ୍ଜନ ପଲେଇ ଶିକ୍ଷକ ସଭା ପରିଚାଳନା କରିଥିଲେ, ଶ୍ରୀ ଦେବି ପ୍ରସାଦ ଦାଶ୍ ଶିକ୍ଷକ ମଞ୍ଚ ସଭାପତି ଧନ୍ୟବାଦ୍ ଅର୍ପଣ କରିଥିଲେ, ଜୟପୁର ଶିକ୍ଷକ ସଂଘ ତରଫରୁ ଆୟୋଜିତ କାର୍ଯ୍ୟକ୍ରମ କୁ ସମସ୍ତେ ପ୍ରଶଂସା କରିଥିଲେ