ବାଲେଶ୍ଵର, ୨୫/୦୯ (ପ୍ରଭାକର ମଲ୍ଲିକ): ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ରାଜ୍ୟ ରାଜସ୍ବ ମନ୍ତ୍ରୀ ଙ୍କ ତହସିଲଦାର ମାନଙ୍କୁ କଡା ନିର୍ଦ୍ଦେଶ ଥିଲେବି, ମନ୍ତ୍ରୀ ଙ୍କ ନିର୍ଦେଶକୁ ମାନୁନାହାଁନ୍ତି ଅଧିକାରୀ ଓ ରାଜସ୍ବ କର୍ମଚାରୀ। ତେବେ ପୁରୁଣା ଜବରଦଖଲ ଉଚ୍ଛେଦ ଦୂରେ ଥାଉ, ରାଜସ୍ବ ଅଧିକାରୀଙ୍କ ସଫାସୁତୁରା ରେ,ଏବେ ଏକର ଏକର ସରକାରୀ ଜମି ଜବରଦଖଲ କରି ସ୍ଥାଇ ପକ୍କାଘର ନିର୍ମାଣ କରୁଥିବା ନଜରକୁ ଆସୁଛି। ଏମିତି କି ଅଧିକାରୀ ଙ୍କ ଠାରେ ସରକାରୀ ଜାଗାରେ ବେଆଇନ୍ ନିର୍ମାଣ ବାବଦରେ ଲିଖିତ ଅଭିଯୋଗ ପରେବି,ଜବରଦଖଲ କାରୀ ବେଧଡକ୍ ସ୍ଥାଇ ପକ୍କାଘର ନିର୍ମାଣ କରୁଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି ପ୍ରଶାସନ ଚୁପ କାହିଁକି ? ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ମାନ୍ଧାତା ବଜାରରେ ସରକାରୀ ଜାଗାରେ ଘର ନିର୍ମାଣ ହେଉଥିବା ନେଇ ଅଭିଯୋଗ ହୋଇଥିବା ବେଳେ ମଧ୍ୟ ନିର୍ମାଣ କାମ ଜାରି ରହିଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ ଯଦି ତଦନ୍ତ କିମ୍ବା ଯାଞ୍ଚ କରାଯାଇଥାଏ, ତେବେ ସେହି ସ୍ଥାନରେ ନିର୍ମାଣ କାମ କିପରି ଚାଲିଛି? ଏନେଇ ସ୍ଥାନୀୟ ମହଲରେ ପ୍ରଶ୍ନ ଉଠିଛି। ତେବେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଙ୍କ ନିର୍ଦେଶକୁ ଫୁ କରି ଉଡେଇ ଦେବାର କାରଣ କଣ ହେଇପାରେ। ଏଠି ସରକାର ଙ୍କ କବ୍ଜାରେ ଅଧିକାରୀ ବା ପ୍ରଶାସନ ନଥିବାର ଅନୁମାନ । ତେବେ ଦେଖିବାକୁ ବାକି ରହିଲା ସରକାରୀ ଜମି ଜବରଦଖଲ ଉଚ୍ଛେଦ କେବେ ହେଉଛି ନା ଜବରଦଖଲ କାରୀଙ୍କ କଳାଟଙ୍କା ର ମୋହରେ ଅଧିକାରୀ ସୁରକ୍ଷା ଦେଉଛନ୍ତି।
ବାଲେଶ୍ଵର ଜିଲ୍ଲାରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l
