Hot Posts

6/recent/ticker-posts

ରାୟଗଡ଼ା-କୋରାପୁଟ ରେଳ ଲାଇନରେ ରେଳ ବିଭାଗର ହାଇ-ଆଲର୍ଟ

ରାୟଗଡ଼ା, ୨୪/୦୯ ( ଭି. ଗୌରି ଶଙ୍କର ରାଓ ) : ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ରାୟଗଡ଼ା ରେଳ ଡିଭିଜନ ପକ୍ଷରୁ ସତର୍କତା ବଢ଼ାଯାଇଛି। ସୁରକ୍ଷିତ ଟ୍ରେନ୍ ଚଳାଚଳ ପାଇଁ ରେଳପଥ ଓ ଏହାର ଆଖପାଖ ଅଞ୍ଚଳରେ ନଜରଦାରି କଡ଼ାକଡ଼ି କରାଯାଇଛି। ବର୍ଷା ଯୋଗୁଁ ଲିଲିଗୁମା-ରାଉଲି ଏବଂ ଲକ୍ଷ୍ମୀପୁର ରୋଡ୍‌ ନିକଟରେ ମାଟି ଅତଡ଼ା ଖସିଥିବାବେଳେ, ଟନେଲ୍ ନମ୍ବର-୩ ନିକଟରେ ଛୋଟ ଧରଣର ଭୂସ୍ଖଳନ ହୋଇଥିବା ସୂଚନା ମିଳିଛି। ଏହାସହ ଟନେଲ୍ ନମ୍ବର-୨ ଭିତରେ ପାଣି ଗଳୁଥିବା ଜଣାପଡ଼ିଛି।

DRMଙ୍କ ଗ୍ରାଉଣ୍ଡ ଭିଜିଟ୍
ପ୍ରବଳ ବର୍ଷା ସତ୍ତ୍ୱେ ଡିଆରଏମ୍ ଶ୍ରୀ ଅମିତାଭ ସିଂଘଲ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡ଼ିଛି। ଆବଶ୍ୟକ ସ୍ଥାନରେ ତୁରନ୍ତ ମରାମତି ଓ ସୁରକ୍ଷାମୂଳକ ପଦକ୍ଷେପ ନେବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିବାବେଳେ, ଯାତ୍ରୀ ଓ ଟ୍ରେନ୍‌ର ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦିଆଯାଉଥିବା କହିଛନ୍ତି।
ବର୍ତ୍ତମାନ ଟନେଲ୍, ପାହାଡ଼ କଡ଼ ଓ ରେଳବନ୍ଧ ଅଞ୍ଚଳରେ ୨୪ ଘଣ୍ଟିଆ ନଜରଦାରି ରଖାଯାଇଛି। ସ୍ଥିତି ଉପରେ ନିରନ୍ତର ନଜର ରଖିବା ସହ ଆବଶ୍ୟକ ପଦକ୍ଷେପ ପାଇଁ ଇଞ୍ଜିନିୟରିଂ ଟିମ୍‌କୁ ମୁତୟନ କରାଯାଇଛି।