କୃପାସିନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଆଣ୍ଠୁଏ ପାଣି, ନିଷ୍କାସନର ସ୍ଥାୟୀ ବ୍ୟବସ୍ଥା ଦାବି
ବରୀ, ୨୫/୦୯ ( ରଂଜିତ ମହାନ୍ତି ) : କୃପାସିନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଆଣ୍ଠୁଏ ପାଣି, ନିଷ୍କାସନର ସ୍ଥାୟୀ ବ୍ୟବସ୍ଥା ଦାବି ବରୀ ବ୍ଲକର ସର୍ବ ପୁରାତନ ଉଚ୍ଚ ବିଦ୍ୟାଳୟ କୃପାସିନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଅବସ୍ଥା ଶୋଚନୀୟ ହୋଇ ପଡିଛି । ଖେଳ ପଡ଼ିଆରୁ ବର୍ଷା ଜଳ ନିଷ୍କାସନ ହୋଇ ନପାରିବାରୁ ବର୍ଷା ହେଲେ ବିପୁଳ ବର୍ଷା ପାଣି ଜମି ରହୁଛି । ଯାହା ଫଳରେ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ ପଡ଼ିଆରେ ଖେଳିବା ସମ୍ଭବ ହେଉନାହିଁ । ଦୀର୍ଘଦିନ ପାଣି ଜମା ହୋଇ ରହୁଥିବାରୁ ପଡିଆ ସବୁ ବେଳେ ସନ୍ତସନ୍ତିଆ ହୋଇ ରହୁଛି । କେବଳ ବିଦ୍ୟାଳୟ ଛାତ୍ରଛାତ୍ରୀ ନୁହଁନ୍ତି ନିକଟବର୍ତ୍ତି ଅଞ୍ଚଳର ଯୁବକ ମାନେ ମଧ୍ୟ ଏଠାରେ ବିଭିନ୍ନ ଖେଳ ଖେଳି ଥାଆନ୍ତି । ପଡ଼ିଆରୁ ଜଳ ନିଷ୍କାସନ ହୋଇ ନପାରି ଜମି ରହୁଥିବାରୁ ପ୍ରଶାସନ ପକ୍ଷରୁ ଜଳ ନିଷ୍କାସନର ସ୍ଥାୟୀ ବ୍ୟବସ୍ଥା କରିବାକୁ “ଜାଗ୍ରତ ବରୀ” ପକ୍ଷରୁ ଦାବି ହୋଇଛି ।