Hot Posts

6/recent/ticker-posts

ତେରେସିଂହାରେ ଭାଜପାର ମାସିକ ବୈଠକ

କର୍ଲାମୁଣ୍ଡା, ୦୬/୦୯ (ସୁଶାନ୍ତ ରଣା) : କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ସ୍ଥିତ ସୁବିଧା କେନ୍ଦ୍ର ଠାରେ ଭାଜପାର କର୍ଲାମୁଣ୍ଡା ମଣ୍ଡଳ ସଭାପତି ଡୋଳାମଣି ଭୋଇଙ୍କ ଅଧ୍ୟକ୍ଷତାରେ ଭାଜପାର ମାସିକ ବୈଠକ ଓ ମିଶ୍ରଣ ପର୍ବ ଶନିବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ମାର୍ଗଦର୍ଶକ ଦୟାନିଧି ସାହୁ, ମୁରଲୀଧର ରଣା, ଜିଲ୍ଲା ପ୍ରତିନିଧି ସଞ୍ଜୟ କୁମାର ଜୈନ, ଚିତ୍ରସେନ ସାହୁ, ସୂର୍ଯ୍ୟମଣି ଘିଭେଲା, ବନମାଳୀ ସାହୁ, ଲିଙ୍ଗରାଜ ସାହୁ, ସୁମନ୍ତ ଦଣ୍ଡସେନା, ବାହାନା ସାହୁ, ପ୍ରମୋଦ ସୁନା, ଅରବିନ୍ଦ ଗହୀର, ଉମେଶ ପଧାନ, ସୁଧିର ତାଣ୍ଡି ଙ୍କ ସମେତ ବହୁ ସଂଖ୍ୟକ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିବା ବେଳେ ଏକ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ତେରେସିଂହା ଗ୍ରାମର ରାଜୁ ରଣା, ଛନ୍ଦାଚରଣ ପଣ୍ଡିଆ, ଲକ୍ଷ୍ମଣ ବେବର୍ତ୍ତା, ରିଷିଡା ର ନବୀନ ରଣା, ଝାରମୁଣ୍ଡା ର ମମତା ସାହୁ, ରାଜପୁର ଗ୍ରାମର ବର୍ଷା ସାହୁ ପ୍ରମୁଖ ମୋଦିଜୀ ଙ୍କ ଶାସନରେ ଅନୁପ୍ରାଣିତ ହୋଇ ଭାରତୀୟ ଜନତା ପାର୍ଟି ରେ ଯୋଗ ଦେଇଥିଲେ।