ରାୟଗଡ଼ରେ ବିଜୁ ସ୍ୱାଭିମାନ ମଞ୍ଚର ପ୍ରଥମ ବାର୍ଷିକ ଉତ୍ସବ, ଏକଜୁଟ ହେଲେ ଶତାଧିକ ବିଜୁପ୍ରେମୀ
ରାୟଗଡ଼ା, ୦୯/୦୯ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ ସହରସ୍ଥିତ ତେଜସ୍ୱୀ ହୋଟେଲ ପଡ଼ିଆରେ ବିଜୁ ସ୍ୱାଭିମାନ ମଞ୍ଚର ପ୍ରଥମ ବାର୍ଷିକ ଉତ୍ସବ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକ ଏବଂ ପଞ୍ଚାୟତରୁ ଶହ ଶହ ସଂଖ୍ୟାରେ ବିଜୁ ପ୍ରେମୀ ଯୁବକ, ବରିଷ୍ଠ ନେତା ଓ କର୍ମୀମାନେ ଯୋଗଦେଇଥିଲେ। ମଞ୍ଚର ଆବାହକ ଆନ୍ ଭାସ୍କର ରାଓ ଏଥିରେ ଯୋଗଦେଇ କର୍ମୀମାନଙ୍କୁ ଉଦ୍ବୋଧନ ଦେବା ସହ ଦଳକୁ ତୃଣମୂଳ ସ୍ତରରେ ଅଧିକ ସୁଦୃଢ଼ କରିବା ପାଇଁ ଆହ୍ୱାନ ଜଣାଇଥିଲେ। ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଏକଜୁଟ ହେଇ ଲୋକେ ଙ୍କ ସେବା କରିବା ଲୋକମାନଙ୍କ ପାଖରେ ପହଞ୍ଚି ଲୋକଙ୍କ ସେବା କରିବା ବୋଲି ମଂଚର ଆବାହକ ଏନ ଭାସ୍କର ରାଓ ପ୍ରକାଶ କରି ଥିଲେ । ଆଗକୁ ଆସୁଚି ପଞ୍ଚାୟତ ନିର୍ବାଚନ ଲୋକ ଯାହା କୁ ଲୋକ ମାନେ ସଦସ୍ୟ ଦେବେ ସେଥି ରେ ସେ ଏକ ମତ ବୋଲି ମତ ବ୍ୟକ୍ତ ଦେଇ ଥିଲେ