ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷ ସ୍ୱର୍ଗତ ଡଃ. ସୁପ୍ରିୟା ଚାଟର୍ଜୀଙ୍କ ସ୍ମୃତି ଓ ଅନୁଭୂତି ସଭା ଅନୁଷ୍ଠିତ
ନୂଆପଡ଼ା, ୨୪/୦୯ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷ ସ୍ୱର୍ଗତ ଡଃ. ସୁପ୍ରିୟା ଚାଟର୍ଜୀଙ୍କ ସ୍ମୃତି ଓ ଅନୁଭୂତି ସଭା ଅନୁଷ୍ଠିତ ହୋଇଯାଇଅଛି। ଏହି ସଭାରେ ଡଃ.ଫାନିନ୍ଦମ୍ ଦେଓ ଅଧ୍ୟକ୍ଷତା କରିଥିବା ବେଳେ ଶ୍ରୀକାନ୍ତ ଯୋଶୀ ମଞ୍ଚାସିନ ହୋଇଥିଲେ। ସ୍ୱର୍ଗତ ଡଃ. ସୁପ୍ରିୟା ଚାଟର୍ଜୀଙ୍କ ସ୍ମୃତି ଓ ଅନୁଭୂତି ସଭାରେ ବହୁ ଅଧ୍ୟାପକ, ଅଧ୍ୟାପିକା, ସଚେତନ ନାଗରିକ, ବୁଦ୍ଧିଜୀବୀ, ସମାଜସେବୀ ଏବଂ ଶିକ୍ଷକ ମାନେ ସାମିଲ ହୋଇ ତାଙ୍କ ସ୍ମୃତି ଚରାଣ କରିଥିଲେ। ସ୍ୱର୍ଗତ ଚାଟର୍ଜୀଙ୍କ ଜନ୍ମ ୦୪.୦୬ ୧୯୫୮ ରେ ଜନ୍ମ ହୋଇଥିବା ବେଳେ ଅନେକ ସଫଳତା ହାସଲ କରି ଖଡ଼ିଆଳ ଅଞ୍ଚଳରେ ଶିକ୍ଷାର ବୃଦ୍ଧି ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଥିଲେ। ତାଙ୍କ ଝିଅ ଙ୍କ ଘର କଲିକତା ଠାରେ ୧୨.୦୯.୨୦୨୬ ତାଙ୍କ ଦେହାନ୍ତ ହୋଇଥିଲା। ସ୍ମୃତି ସଭାରେ ଡଃ, ମେଜର ରାମ ଚନ୍ଦ୍ର ମିଶ୍ର, ହରେନ୍ଦ୍ର ପଣ୍ଡା, ଡଃ. ଅଞ୍ଜଳୀ ପାଢ଼ୀ, ଡଃ.ତରୁଣ କୁମାର ପ୍ରଧାନ, ଅଶ୍ୱିନୀ କୁମାର ପାଢ଼ୀ, ମୀନା ଶା, ସତିଶ ପଟ୍ଟନାୟକ, ମନୋଜ ତିୱାରୀ, ଡଃ.ସାମୁଏଲ ଦାନୀ, ଲୋହିତାକ୍ଷ ଯୋଶୀ, ଡଃ.ସୁଶାନ୍ତ ବିଶି, କିଶୋର ଅଗସ୍ତି, ପପୁ ପଟ୍ଟନାୟକ, ପବିତ୍ର ପ୍ରଧାନ, ମଣ୍ଟୁ ଠାକୁର, ଧ୍ରୁବ ପାତ୍ର, ରତ୍ନାକର ସାହୁ, ବହୁ ନାଗରିକ ଯୋଗ ଦେଇ ନିଜ ଜୀବନରେ ତାଙ୍କ ଅବଦାନ କୁ ସ୍ମୃତି ରୂପେ ପ୍ରକାଶ କରିଥିଲେ।,