Hot Posts

6/recent/ticker-posts

ସମଲେଶ୍ୱରୀ ଙ୍କ ଧ୍ଵଜା ଓ ବାନା ନଥିବା ବେଳେ ଆଗକୁ ନୂଆଁଖାଇ ପର୍ବ ପାଳନ ନେଇ ଧାର୍ଯ୍ୟ ଲଗ୍ନ ପୂର୍ବରୁ ଧ୍ଵଜା ଓ ବାନା ଲଗାଇବା ପାଇଁ ପରିଚାଳନା କମିଟି ଆହ୍ୱାନ

ନୂଆପଡ଼ା, ୧୦/୦୯ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଗଡ଼ଜାତ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀ ଙ୍କ ପାରମ୍ପରିକ ପୂଜା ଅର୍ଚ୍ଚନା ହେଉଥିବା ବେଳେ ବିଗତ କିଛି ଦିନ ହେବ ମନ୍ଦିର ରେ ଧ୍ଵଜା ଏବଂ ବାନା ନଥିବା ଏକ ଅଶୁଭ ସଙ୍କେତ ଅଟେ। ମନ୍ଦିର ଶୀର୍ଷ ରେ ମାଁଙ୍କ ଧ୍ଵଜା ଓ ବାନା ଲାଗି ରହିଥିବା ବେଳେ ତାହା ମନ୍ଦିର ର ଶୀରି ଏବଂ ମହତ୍ୱ ଅଟେ। ମନ୍ଦିର କୁ ଯାଇ ପାରୁ ନଥିବା ଭକ୍ତ ମାନେ ମନ୍ଦିର ଉପର ବାନା କୁ ଦେଖି ଭକ୍ତି ରେ ମାଁ ସମଲେଶ୍ୱରୀ ଡାକି ଦେଲେ ତାଙ୍କ ମନୋସ୍କାମନା ପୂରଣ ହୋଇଥାଏ। ଦୀର୍ଘ ଦିନ ହେବ ମନ୍ଦିର ଶୀର୍ଷ ରେ ବାନା ନଥିବା ଦେଖି ଲୋକଙ୍କ ଆସ୍ଥା ଓ ବିଶ୍ୱାସ ପ୍ରତି ଅନେକ ଆଘାତ ହେଉଥିଲା। ତେଣୁ ମନ୍ଦିର ବାନା ଓ ଧ୍ଵଜା ଲଗାଇବା ପାଇଁ ମନ୍ଦିର ପରିଚାଳନା କମିଟି କୁ ଅନୁରୋଧ ଯେ ଶୀଘ୍ର ମନ୍ଦିର ଶୀର୍ଷ ରେ ବାନା ଲଗାଇବାକୁ ପହକ୍ଷେପ ନେବେ। ପରିଚାଳନା କମିଟି ସ୍ଥାୟୀ ଅଧ୍ୟକ୍ଷ ତଥା ରାଜା ସାହେବ ଦେବ ଦେବ ସିଂ ଦେଓ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ ଧ୍ୱଜା ସିଲାଇ ହୋଇ ପହଞ୍ଚି ଥିବା ପ୍ରକାଶ କରିଛନ୍ତି। ମନ୍ଦିର ମାଁ ଙ୍କ ସେବାୟତ ବୟଷ୍କ ହୋଇଥିବା ବେଳେ ତାଙ୍କ ସେବାୟତ ପ୍ରସ୍ତୁତ ଥିବା ବେଳେ ଆସନ୍ତା ଦୁଇ ଦିନ ମଧ୍ୟରେ ଧ୍ଵଜା ରୋହଣ ହେବ ବୋଲି କହିଥିଲେ।