ଲଇକେରା, ୨୨/୦୯ ( ନବଦୂତ ) : ଝାରସୁଗୁଡା ଜିଲ୍ଲା କିର୍ମିରା ଓଡିଶା ଆଦର୍ଶ ବିଦ୍ୟାଳୟଠାରେ ଝାରସୁଗୁଡା ଜିଲ୍ଲାସ୍ତରୀୟ ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଗଡତିଆ ଓ ବ୍ଳକ ଶିକ୍ଷା ଅଧିକାରୀ ଜୟନାରାୟଣ ପଣ୍ଡା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରି ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାରେ ଦକ୍ଷତା ବୃଦ୍ଧି ଉପରେ ପରାମର୍ଶ ଦେଇଥିଲେ। ଜିଲ୍ଲାର ପାଞ୍ଚଟି ବ୍ଳକ ଯଥା ଝାରସୁଗୁଡା, ଲଖନପୁର, କୋଲାବିରା, ଲଇକେରା ଓ କିର୍ମିରା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର କୃତି ଛାତ୍ରଛାତ୍ରୀ ଯୋଗଦେଇ ନୃତ୍ୟ, ଗୀତ, ବକ୍ତୃତା, ରଚନା, କୁଇଜ୍ ପ୍ରତିଯୋଗିତା ରେ ଭାଗନେଇ ନିଜ ନିଜ ପ୍ରତିଭା ଦେଖାଇଥିଲେ । ଉଦଯାପନୀ ଉତ୍ସବରେ ଜିଲ୍ଲାପରିଷଦ ସଭାପତି ମୂଖ୍ୟ ଅତିଥି ଭାବରେ ତୁଳାବତୀ ମିଞ୍ଜ ଓ ମୂଖ୍ୟବକ୍ତ ଭାବରେ ଖାନ ଏକାଡେମୀ ଡିଭିଜିନାଲ ସଂଯୋଜକ ଦିପକ କୁମାର ବେହେରା, ସମ୍ମାନିତ ଅତିଥି ଭାବରେ ଜିଲ୍ଲାପରିଷଦ ସଭ୍ୟା ରୀତା ବାଗ, କିର୍ମିରା ସରପଞ୍ଚ ସନ୍ତୋଷିନୀ ପଟେଲ ଯୋଗଦେଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଶିବାନନ୍ଦ କିସାନଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷକ ରଜତ ମହାପାତ୍ର,ଶିକ୍ଷୟତ୍ରୀ କୁମଦିନୀ ଲାକ୍ରା ମଞ୍ଚ ପରିଚାଳନା କରିଥିଲେ । କୋଲାବିରା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ପଦ୍ମନାଭ ନାଏକ ସ୍ୱତନ୍ତ୍ର ଅତିଥି ଭାବରେ ଯୋଗଦେଇ ଥିବାବେଳେ ଶିକ୍ଷୟତ୍ରୀ ସ୍ୱେଜଳ ପ୍ରଧାନ, ପ୍ରତିକ୍ଷା ରାନୀ ତ୍ରିପାଠୀ ବିଚାରକ ଭାବେ ଯୋଗଦେଇଥିଲେ ।କାର୍ଯ୍ୟକ୍ରମକୁ ଶିକ୍ଷକ ହେମନ୍ତ ନାଏକ, ମନୋଜ କୁମାର ମାଝୀ, ସାବନ ପଟେଲ, ଶିକ୍ଷୟତ୍ରୀ ଜ୍ୟୋତିମୟୀ ରାଓ ସମେତ ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ ବୃନ୍ଦ ସହଯୋଗ କରିଥିବାବେଳେ ଲଇକେରା ଓଡିଶା ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷା ସାବିତ୍ରୀ ଭୋଇ ଧନ୍ଯବାଦ ଅର୍ପଣ କରିଥିଲେ ।
*ଲଇକେରା ରୁ ଅନିଲ କୁମାର ସରାଫ ଙ୍କ ରିପୋର୍ଟ*

