Hot Posts

6/recent/ticker-posts

ମଦନ ପୁର କଟ ପରିଦର୍ଶନ କଲେ ବନ୍ୟାଞ୍ଚଳ ଗଣ ମୁକ୍ତି ଅଭିଯାନ ର କର୍ମକର୍ତ୍ତା।

ବରୀ, ୨୩/୦୯ ( ରଂଜିତ ମହାନ୍ତି ) : ବନ୍ୟାଞ୍ଚଳ ଗଣ ମୁକ୍ତି ଅଭିଯାନ ଆୟୋଜନ ରେ ଅଜାଣ ଛକ ରେ ହେବାକୁ ଥିବା ଖୋଲା ମଞ୍ଚ 27 ତାରିଖ ପରିବର୍ତ୍ତେ ଅକ୍ଟୋବର ପ୍ରଥମ ସପ୍ତାହ କୁ ଘୁଞ୍ଚାଇ ଦିଆ ଯାଇଛି। ପ୍ରତିକୂଳ ପାଗ ଯୋଗୁଁ ଏହା ବାଧାପ୍ରାପ୍ତ ହେବାର ସମ୍ଭାବନା ଥିବାରୁ ଏଭଳି ନିଷ୍ପତି ନିଆଗଲା ବୋଲି ଆୟୋଜକ ମାନଙ୍କ ସୂତ୍ରରୁ ପ୍ରକାଶ। ଆଜି ଆବାହକ ମଣ୍ଡଳୀ ର ନିମାଇଁ ରାୟ, ଅଶୋକ ସାମଲ, ପ୍ରଭାସ ଦାସ, ଦିଲ୍ଲୀପ ଦାସ ପ୍ରମୁଖ ମଦନ ପୁର କଟ ଅଞ୍ଚଳ ପରିଦର୍ଶନ କରି ସେଠିକା ର ଅଗ୍ରଣୀ ସଂଗଠନ ମାନଙ୍କ ସହ ଆଲୋଚନା କରି ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଜନମତ ସୃଷ୍ଟି କରିଥିଲେ। ସ୍ଥାନୀୟ ଲୋକ ମାନେ ମଧ୍ୟ ମଦନ ପୁର କଟ କୁ ସମର୍ଥନ କରିଥିଲେ। ବଳଭଦ୍ର ପୁର ର ବରିଷ୍ଠ ବ୍ୟକ୍ତି ଅନ୍ତର୍ଯ୍ୟାମୀ ପରିଡ଼ା, ଅଣ୍ଡରା ର ବସନ୍ତ ମଲିକ୍, ଚିତ୍ତ ମଲିକ୍ ପ୍ରଭୃତି ଙ୍କ ସହ ଆଲୋଚନା ମାଧ୍ୟମରେ ସମଗ୍ର ଧୋଇଆ ଅଞ୍ଚଳ ର ନଅ ଟି ବ୍ଲକ୍ ର ସତୁରି ଗ୍ରାମ ପଞ୍ଚାୟତ ରେ ସମନ୍ୱିତ ବନ୍ୟା ନିୟନ୍ତ୍ରଣ ଯୋଜନା କାର୍ଯ୍ୟକାରିତା ଉପରେ ଦୃଢ଼ ମତ ରଖିଥିଲେ। କେନ୍ଦ୍ରାପଡ଼ା ର ଜନମଞ୍ଚ ଅନୁଷ୍ଠାନ ତରଫରୁ ଅଭିଁ ଯାତ୍ରୀ ମାନଙ୍କୁ ସ୍ୱାଗତ କରାଯିବା ସହ ଆସନ୍ତା ତିନି ଚାରି ଦିନ ମଧ୍ୟରେ ପଟ୍ଟାମୁଣ୍ଡାଇ ରୁ ଏକ ପ୍ରତିଁନିଧି ଦଳ ବରୀ ଆସି ଲୋକ ମାନଙ୍କ ସହ ଆଲୋଚନା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।