Hot Posts

6/recent/ticker-posts

ଭବାନୀପାଟଣାରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ–୨୦୨୬ ପାଳନ

କଳାହାଣ୍ଡି, ୩୧/୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : ଭବାନୀପାଟଣା ପୌରପାଳିକା ଆନୁକୂଲ୍ୟରେ ଆଜି ୩୧ ଅଗଷ୍ଟ ୨୦୨୬, ସୋମବାର ଦିନ ଜାତୀୟ ସ୍ୱାୟତ୍ତ ଶାସନ ଦିବସ–୨୦୨୬ ପାଳିତ ହୋଇଛି। ଏନେଇ ପୌରପାଳିକା ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ସହ ଦିନବ୍ୟାପୀ ଉତ୍ସବ ଆୟୋଜନ କରାଯାଇଥିଲା। ପ୍ରାତଃ ୪ ଟା ୩୦ ମିନିଟ୍‌ରେ ରାମଧୂନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପରେ ସହରର ବିଭିନ୍ନ ସ୍ଥାନରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ନଗରପାଳଙ୍କ ଦ୍ୱାରା ମାଲ୍ୟାର୍ପଣ କରାଯାଇଥିଲା। ସକାଳ ୭ଟା ୩୦ ମିନିଟ୍‌ରେ ପୌରପାଳିକା କାର୍ଯ୍ୟାଳୟ ପ୍ରାଙ୍ଗଣରେ ନଗରପାଳଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ଏହାପରେ ସକାଳ ୮ଟାରେ ମଶାଲ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ସେହିପରି ସନ୍ଧ୍ୟା ୬ ଟାରେ ଭବାନୀପାଟଣା ଟାଉନ୍ ହଲ୍‌ଠାରେ ସାଧାରଣ ସଭା, ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ, କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ଏହି ଉତ୍ସବରେ ସମ୍ମାନିତ ଅତିଥି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ, ରୂପ ସିଂହ ରାଉତ, ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପୌରପାଳିକାର ନିର୍ବାହୀ ଅଧିକାରୀ ଶ୍ରୀ ପ୍ରମୋଦ କୁମାର ପାଢ଼ୀ, ନଗରପାଳ ଶ୍ରୀ ବିଷ୍ଣୁ ପ୍ରଧାନ ଙ୍କ ସମେତ ସମସ୍ତ ୱାର୍ଡ କାଉନ୍ସିଲର ଓ ପାରିଷଦ ବୃନ୍ଦ ଉପସ୍ଥିତ ଥିଲେ। ଦେଶର ଗଣତାନ୍ତ୍ରିକ ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥାର ଗୁରୁତ୍ୱ ଓ ନାଗରିକଙ୍କ ଭୂମିକା ସମ୍ପର୍କରେ ମଧ୍ୟ ଏହି ଅବସରରେ ଆଲୋଚନା କରାଯାଇଥିଲା।



କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ