କଳାହାଣ୍ଡି, ୨୪/୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା, କୋକସରା ବ୍ଲକ ରେ ଆଜି ସୋମବାର ସକାଳ ୭ ଘଣ୍ଟା ସମୟରେ ବରଗଡ଼ ବୋରିଗୁମ୍ମା ଜାତୀୟ ରାଜପଥ ୨୬ ନଂ ରେ କୋକସରା ତହସିଲ କାର୍ଯ୍ୟାଳୟ ନିକଟରେ ଘଟିଛି ଏକ ଦୁର୍ଘଟଣା I ସାମ୍ମନାରେ ଯାଉଥିବା ଏକ ଟ୍ରକକୁ ଯାତ୍ରୀବାହୀ ବସ୍ ଧକ୍କା ଦେଇଥିଲା I କିନ୍ତୁ ସୌଭାଗ୍ୟ ବସତଃ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି I ସୂଚନା ଅନୁସାରେ କଟକ,ଭୁବନେଶ୍ୱର ରୁ ମାଲକାନଗିରି କାଲିମେଳା ଯାଉଥିବା ମହାଦେବ ନାମକ ଏକ ଘୋରେଇ ଯାତ୍ରୀବାହୀ ବସ ଜାତୀୟ ରାଜପଥ ୨୬ କୋକସରା ତହସିଲ କାର୍ଯ୍ୟାଳୟ ନିକଟରେ ସାମ୍ମନାରେ ଯାଉଥିବା ଏକ ଟ୍ରକ କୁ ପଛ ପଟୁ ପିଟି ଦୁର୍ଘଟଣା ଗ୍ରସ୍ତ ହେଇଥିବା ଦେଖିବାକୁ ମିଳିଛି I ତେବେ ଦୁର୍ଘଟଣା ରୁ ବସ ରେ ଥିବା ଯାତ୍ରୀ ଅଳ୍ପକେ ଯାତ୍ରୀ ବର୍ତ୍ତି ଯାଇଛନ୍ତି I ଏହି ବସ ଟି କଟକ ରୁ ଆସୁଥିଲା ସେହି ବସ ରେ ଥିବା ସମସ୍ତ ଯାତ୍ରୀ ଙ୍କୁ ଅନ୍ୟ ବସ ଗୁଡ଼ିକ ରେ ସେମାନଙ୍କ ଗନ୍ତବ୍ୟ ସ୍ଥାନ କୁ ପଠାଯାଇଛି I.
କଳାହାଣ୍ଡି ଜିଲ୍ଲା, ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ
