Hot Posts

6/recent/ticker-posts

ଭବାନୀପାଟଣାରେ ଝୁଲନ୍ତା ଅବସ୍ଥାରେ କନଷ୍ଟେବଲଙ୍କ ମୃତଦେହ ଉଦ୍ଧାର I

କଳାହାଣ୍ଡି, ୨୨/୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା, ଭବାନୀପାଟଣା ସଦର ମହକମା ଭବାନୀପାଟଣା ଟାଉନ ଥାନା ଅନ୍ତର୍ଗତ ପୁରୁଣାପଡ଼ା ୱାର୍ଡ 14 ଏକ ଭଡ଼ା ଘରୁ ଝୁଲନ୍ତା କନେଷ୍ଟବଲଙ୍କ ମୃତଦେହ ଉଦ୍ଧାର I ମୃତ କନଷ୍ଟେବଲ ହେଲେ ରାଜେନ୍ଦ୍ର ଦଣ୍ଡସେନା, ଗ୍ରାମ କାଦପଦର, ଥାନା- ଭବାନୀପାଟଣା ସଦର ସେ ଡି.ବି.ଏଫ୍ ଅପରେସନ୍ ଗ୍ରୁପ୍‌ରେ କାର୍ଯ୍ୟରତ କରୁଥିଲେ I ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଟାଉନ ଥାନା ପୋଲିସ ମୃତଦେହ ଜବତ କରିଛନ୍ତି, ଶବ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ଭବାନୀପାଟଣାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି I କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା,ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ I ଘଟଣାର ତଦନ୍ତ କରୁଛନ୍ତି ଟାଉନ ଥାନା ପୋଲିସ, ତଦନ୍ତକାରୀ ଅଧିକାରୀ ଏସ୍‌.ଆଇ ବିନୟ କୁମାର ବାରା ଘଟଣାର ତଦନ୍ତ ଜାରି ରଖିଛନ୍ତି ।




କଳାହାଣ୍ଡି ଜିଲ୍ଲା, Bhawanipatna ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ