Hot Posts

6/recent/ticker-posts

ପାଡେଲ ଗୁଡ଼ା ଅଙ୍ଗନୱାଡ଼ି କେନ୍ଦ୍ରର ଶୋଚନୀୟ ଅବସ୍ଥା

କଳାହାଣ୍ଡି, ୧୮/୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଗୋପାଳ ପୁର ଗ୍ରାମ ପଞ୍ଚାୟତ ଅଧୀନ ପାଡେଲ ଗୁଡ଼ା ଅଙ୍ଗନୱାଡ଼ି କେନ୍ଦ୍ରର ଶୋଚନୀୟ ଅବସ୍ଥା ଯୋଗୁଁ କୋମଳମତି ଶିଶୁ ଓ ଗର୍ଭବତୀ ମାଁ ମାନେ ବିପଦପୂର୍ଣ୍ଣ ଥିବାହେତୁ କେନ୍ଦ୍ରକୁ ଆସିବାକୁ ଭୟ କରୁଛନ୍ତି। କେନ୍ଦ୍ରର ମୁଖ୍ୟ ସମସ୍ୟା ହେଲା ଛାତରୁ ପାଣି ଗଳିବା, ସାମାନ୍ୟ ବର୍ଷା ହେଲେ କେନ୍ଦ୍ର ଗୃହର ଛାତରୁ ପାଣି ଗଳୁଛି, ଯାହା ଦ୍ୱାରା ଭିତରେ ପାଣି ଜମି ରହୁଛି। କାନ୍ଥ ଓ ଛାତ ଦୁର୍ବଳ ହୋଇପଡ଼ିଥିବାରୁ କେନ୍ଦ୍ରଟି ଦୁର୍ଘଟଣା ପ୍ରବଣ ଓ ଅସୁରକ୍ଷିତ ହୋଇପଡ଼ିଛି। ପାଣି ନ ଝରିବା ପାଇଁ କେନ୍ଦ୍ରକୁ ପଲିଥିନ୍ ଦରି ଢ଼ାଙ୍କି ଥିବା ଦେଖିବାକୁ ମିଳିଛି। ପାଣି ଗଳିବା ଯୋଗୁଁ ଶିଶୁମାନଙ୍କ ବସିବା, ପାଠପଢ଼ିବା ଏବଂ ରନ୍ଧା ଖାଦ୍ୟ ନିରାପଦରେ ରଖିବାରେ ନାହିଁ ନଥିବା ସମସ୍ୟା ଦେଖାଦେଉଛି। ଅଙ୍ଗନୱାଡି କର୍ମୀ ଶ୍ରୀମତି ସ୍ମୃତିରେଖା ମାଝୀ ଏହି ବିଷୟରେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରିଥିବା ଶ୍ଵତେ ସମାଧାନ କରି ନ ଥିବା କହିଛନ୍ତି। ତଥା ଗ୍ରାମବାସୀ ଏହାର ତୁରନ୍ତ ମରାମତି କିମ୍ବା ନୂତନ କୋଠରି ନିର୍ମାଣ ପାଇଁ ପ୍ରଶାସନ ନିକଟରେ ଦାବି କରୁଛନ୍ତି।ଖବର ପ୍ରସାରଣ ପରେ ଦେଖିବାକୁ ବାକି ରହିଲା ପ୍ରସାଶନ କେବେ ସମସ୍ୟାର ସମାଧାନ କରୁଛନ୍ତି



କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ