Hot Posts

6/recent/ticker-posts

ରତ୍ନପ୍ରଭା ପୂଜ୍ୟ ପୂଜା ତରଫରୁ ମାଟ୍ରିକ ଟପରଙ୍କୁ ସମ୍ବର୍ଦ୍ଧନା।

ବୋଲଗଡ଼, ୨୯/୦୮ (ସୁଶାନ୍ତ କୁମାର ପ୍ରଧାନ) : ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ଗେଡିଆପଲ୍ଲୀ ବିଦ୍ୟାଳୟର ପ୍ରାଙ୍ଗଣରେ ପିଲାମାନ ଙ୍କ ମଧ୍ୟରେ ମାନସିକ ସ୍ତରରେ ବିଭିନ୍ନ ବିଭାଗରେ ପ୍ରତିଯୋଗିତା ସୃଷ୍ଟି କରିବା ଲକ୍ଷନେଇ ଏବଂ ମାଟ୍ରିକ ପରୀକ୍ଷାରେ ଶତକଡା ୮୦ରୁ ଉର୍ଦ୍ଧ ନମ୍ବର ରଖିଥିବା ଛାତ୍ର ଛାତ୍ରୀ ମାନଙ୍କୁ ରତ୍ନପ୍ରଭା ପୂଜ୍ୟ ପୂଜା ସଂସଦ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି। ପ୍ରଥମେ ଜଗନ୍ନାଥଙ୍କ ପ୍ରତିମୃତ୍ତି ରେ ଫୁଲ ଚନ୍ଦନ, ଧୂପ ଦୀପ ପ୍ରଦାନ ପୂର୍ବକ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ସ୍କୁଲର ଛାତ୍ରୀମାନଙ୍କ ଦ୍ଵାରା ସ୍ୱାଗତ ସଂଗୀତ ଗାନ କରିବା ସହ ଚିତ୍ତାକର୍ଶକ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ ।ଏହି ସଭାରେ ମୁଖ୍ୟ ଅତିଥି ଭାବେ ଭାରତୀୟ ଷ୍ଟେଟ ବ୍ୟାଙ୍କ କଳାପଥର ଶାଖାର ପ୍ରବନ୍ଧକ ବିପୁଲ୍‌ କୁମାର ଦାସ, ମୁଖ୍ୟ ବକ୍ତା ଭାବେ ବାଙ୍କୀର ସରକାରୀ ଓକିଲ ପ୍ରଦୀପ କୁମାର ପଟ୍ଟନାୟକ, ବିଶେଷ ଅତିଥି , ସରକାରୀ ଉଚ୍ଚ ବିଦ୍ୟାଳୟ ଫତେଗଡ଼ ପ୍ରଧାନ ଶିକ୍ଷୟତ୍ରୀ ପ୍ରଣତି ମହାପାତ୍ର, ସମ୍ମାନିତ ଅତିଥି ଧଳାପଥର ଫାଣ୍ଡି ଅଧିକାରୀ ଅନିଲ କୁମାର ନାୟକ, ସଭା ପରିଚାଳନା କରିଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍ଥିତପ୍ରଜ୍ଞ ଜୁଝାରସିଂ, ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ବରିଷ୍ଠ ଶିକ୍ଷୟତ୍ରୀ ଅନିତା ଦାସ, ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ସଂସଦର ପ୍ରତିଷ୍ଠାତା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ମଧୁସୂଦନ ମହାପାତ୍ର। ପୁରସ୍କୃତ ହୋଇଥିବା ଛାତ୍ର ଛାତ୍ରୀ ମାନେ ହେଲେ ରଶ୍ମିତା ସ୍ୱାଇଁ, ଜ୍ୟୋତି ରଞ୍ଜନ ପୃଷ୍ଟି, ଶୁଭଲଷ୍ମୀ ସାହୁ, ଅଭିଜ୍ଞାନ ତ୍ରିପାଠୀ,ଓ ଲଷ୍ମୀପ୍ରିୟା ବେହେରା। ବିଭିନ୍ନ ବିଭାଗରେ କୃତିତ୍ୱ ହାସଲ କରିଥିବା ଅନ୍ୟ ୭ଜଣ ଛାତ୍ର ଛାତ୍ରୀଙ୍କୁ ସଂସଦ ତରଫରୁ ଟ୍ରଫି ପ୍ରଦାନ କରାଯାଇଥିଲା। ଅତିଥି ମାନେ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ ପିଲାମାନଙ୍କର ଆତ୍ମ ବିଶ୍ୱାସ ଅଧିକା ହେବା ଗୁରୁଜନ ମାନଙ୍କୁ ସମ୍ମାନ ଦେବା ନିଜ ସ୍ବପ୍ନ ଉପରେ ବିଶ୍ୱାସ ରଖିବା। ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷୟତ୍ରୀ ରତ୍ନପ୍ରଭା ସାହୁ,ମଞ୍ଚ ପରିଚାଳନା କରିଥିଲେ। ବିଦ୍ୟାଳୟର ଶିକ୍ଷୟତ୍ରୀ ସସ୍ମିତା ମହାପାତ୍ର ଇତିଶ୍ରୀ ପଣ୍ଡା, ନର୍ମଦା ନାୟକ , ଲଷ୍ମୀପ୍ରିୟା ସାହୁ, ଶିକ୍ଷକ ଶିବପ୍ରସାଦ ସାହୁ,ଙ୍କ ସହାୟତାରେ ଶାନ୍ତି ଶୃଙ୍ଖଳାର ସହ ସଭା ସମାପନ ହୋଇଥିଲାବେଳେ ଶିକ୍ଷକ ଗୌତମ କିଶୋର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।