Hot Posts

6/recent/ticker-posts

ନର୍ଲା ପିପଲପଦର ନିକଟରେ ସଡ଼କ ଦୁର୍ଘଟଣା, ହାଇଡ୍ରା ଧକ୍କାରେ ଜଣଙ୍କ ମୃତ୍ୟୁ

କଳାହାଣ୍ଡି, ୧୭/୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ପିପଲପଦର ନିକଟରେ ଗତକାଲି ରାତିରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ହାଇଡ୍ରା ଗାଡ଼ି ଚକ ତଳେ ଚାପି ହୋଇ ପିପଲପଦର ଗ୍ରାମର ୫୬ ବର୍ଷୀୟ ମକର ନାଏକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ଭବାନୀପାଟଣାରୁ ମଦନପୁର ରାମପୁର ଅଭିମୁଖେ ଯାଉଥିବା OD 08 Z 6116 ନମ୍ବରର ଏକ ହାଇଡ୍ରା ଗାଡ଼ି ପିପଲପଦର ନିକଟରେ ଦୁର୍ଘଟଣାରେ ସମ୍ପୃକ୍ତ ହୋଇଥିଲା। ଗାଡ଼ିର ଚକ ତଳେ ମକର ନାଏକ ଚାପି ହୋଇଯାଇଥିବାରୁ ଘଟଣାସ୍ଥଳରେ ତାଙ୍କ ଜୀବନ ଚାଲିଯାଇଥିଲା। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ। ଖବର ପାଇ ନର୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲା। ପରେ ବିଳମ୍ବିତ ରାତିରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ମଦନପୁର ରାମପୁରକୁ ପଠାଇଥିବା ଜଣାପଡ଼ିଛି। ଘଟଣାକୁ ନେଇ ନର୍ଲା ପୋଲିସ ଅଧିକ ତଦନ୍ତ ଜାରି ରଖିଛି।