Hot Posts

6/recent/ticker-posts

ବ୍ରାହ୍ମଣୀଗାଁ ରେ ନୂତନ ପେଟ୍ରୋଲ ପମ୍ପ ଉଦ୍ଘାଟନ

ଦାରିଙ୍ଗବାଡି, ୦୭/୦୭ ( ବାଳକୃଷ୍ଣ କହଁର ) : କନ୍ଧମାଳ ଜିଲ୍ଲା ସୀମାନ୍ତ ଦାରିଙ୍ଗବାଡି ବ୍ଲକ ର ବ୍ରାହ୍ମଣୀଗାଁ ଠାରେ ନୂତନ ପେଟ୍ରୋଲ ପମ୍ପ ସୋମବାର ଦିନ ଶୁଭାରମ୍ଭ ହୋଇଛି। ଏହି ଉଦଘାଟନୀ ସମାରୋହ ରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀ ର ବିଧାୟକ ଦାଶରଥି ଗମାଙ୍ଗ ଯୋଗଦେଇ ଫିତା କାଟି ପେଟ୍ରୋଲ ପମ୍ପ ର ଶୁଭ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଧାୟକ ପ୍ରତିନିଧି କୁନା ମାଝୀ ,ବ୍ରାହ୍ମଣୀଗାଁ ସରପଞ୍ଚ ସଂଯୁକ୍ତା ମଲ୍ଲିକ, ଆଇନଜିବୀ ମୃତ୍ୟୁଞ୍ଜୟ ନାୟକ , କୁମୁଦିନୀ ସିଂ ,ଫା.ମୁକୁନ୍ଦ ବଳିଆର ସିଂ ପ୍ରମୁଖ ଉପସ୍ଥିତ ରହିଥିଲେ । ଦୀର୍ଘଦିନ ର ଆଵଶ୍ୟକତା ପୂରଣ ହୋଇ ଥିବାରୁ ଅଞ୍ଚଳ ବାସୀ ଙ୍କ ମନରେ ଖୁସିର ଲହରୀ ଦେଖିବାକୁ ମିଳିଛି। ଅତି ନିକଟ ରେ ପେଟ୍ରୋଲ ପମ୍ପ ସ୍ଥାପନ ହୋଇଥିବା ରୁ ଅଞ୍ଚଳ ବାସୀ ଖୁସି ବ୍ୟକ୍ତ କରିଛନ୍ତି। ଏହି ଉଦଘାଟନୀ ସମାରୋହ ରେ ପ୍ରତିକୂଳ ପରିବେଶ ସତ୍ତ୍ୱେ ବର୍ଷା କୁ ଖାତିରି ନ କରି ଛତା ଧରି ଜନ ସମାଗମ ହୋଇଥିବା ଦେଖିବାକୁ ମଳିଥିଲା। ପୂର୍ବତନ ସମିତି ଅଧ୍ୟକ୍ଷ ରାମାକାନ୍ତ ବଳିଆର ସିଂ ମଞ୍ଚ ପରିଚାଳନା କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବ୍ରାହ୍ମଣୀଗାଁ ଥାନା ଆଇ ଆଇ ସି ବିଜୟ କୁମାର ହାଇବୂରୁ ଙ୍କ ନିର୍ଦ୍ଧେଶ ରେ ପୋଲିସ ବାହିନୀ,ସୁରକ୍ଷା କର୍ମୀ ନିୟୋଜିତ ହୋଇ ଆଇନ ଶୃଙ୍ଖଳା ରକ୍ଷା କରିଥିଲେ।



କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ