Hot Posts

6/recent/ticker-posts

ବlଇଁଶିରିଆ ରେ ମାଗଣl ସ୍ୱାସ୍ଥ୍ୟ ଶିବିର

ବରୀ, ୦୭/୦୬ ( ରଂଜିତ ମହାନ୍ତି ) : ବରୀ ବ୍ଳକ ବlଇଁଶିରିଆ ପଞ୍ଚାଉୟତ ସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସର ରେ ଜ୍ଞାନପ୍ରଭା ମିଶନ ଜନପ୍ରଭା ଓ ବlଇଁଶିରିଆ ଯୁବକ ମାନଙ୍କ ମିଳିତ ସହଯୋଗରେ ଏକ କ୍ୟାନସର ରୋଗ ଲାଗି ସଚେତନା ପ୍ରୋଗ୍ରାମ ସହିତ ମାଗଣl ସ୍ୱାସ୍ଥ୍ୟ ଶିବିର ଓ ମାଗଣା ଓଷଧ ପ୍ରଦାନ କରାଯାଇଥିଲା l କାର୍ଯ୍ୟକ୍ରମ ରେ ଡାକ୍ତର ଦିବ୍ୟ ଦର୍ଶନ ସାହୁ, ଡାକ୍ତର ଶାନ୍ତି ପ୍ରିୟା ମୁର୍ମୁ ସହିତ ସ୍ଥାନୀୟ ସରପଞ୍ଚ ସୁଶାନ୍ତ ଦାସ, ସମିତିସଭ୍ୟା ରଶ୍ମିତା ଜେନା, ପୂର୍ବତନ ସମିତି ସଭ୍ୟ ଦଶରଥ ସାହୁ, ବ୍ରହ୍ମଚାରିଣୀ ମଧୁମୟୀ, ବ୍ରହ୍ମଚାରିଣୀ କୃଷ୍ଣମୟୀ, ଯୁବ ସମାଜସେବୀ ଚନ୍ଦନ କୁମାର ସାହୁ, ସୁନିଲ କୁମାର ଦାଶ, ପିୟ ରଞ୍ଜନ ସାହୁ, ସିଦ୍ଧାନ୍ତ କୁମାର ସାହୁ, ବିକାଶ ପରିଡା, ରଞ୍ଜନ କୁମାର ମଲ୍ଲିକ, ଅନାଦି ଚରଣ ବେହେରା ପ୍ରମୁଖ ଉପସ୍ଥିତ ରହିସହଯୋଗ କରିଥିଲେ l ଏଥିରେ ଆଖ ପାଖ ଅଞ୍ଚଳ ଲୋକ ଯୋଗଦେଇ ସ୍ୱାସ୍ଥ୍ୟ ପରୀକ୍ଷା କରି ମାଗଣା ଓଷଧ ନେlଇଥିଲେ l