ଯାତ୍ରୀଙ୍କୁ_ବନ୍ଦୀ_ରଖି_ଥାନାରେ_ଆମ_ବସ୍_କର୍ମଚାରୀ
କଟକ, ୦୨/୦୬ ( କାହୁଁ ଚରଣ ବାରିକ ) : ବରିଷ୍ଠ ନାଗରିକଙ୍କୁ ଦୁର୍ବ୍ୟବହାର କଲେ ବାରଣ କରିବାରୁ ଯାତ୍ରୀଙ୍କୁ ତାଲା ମାରି ଗାଡ଼ି ଛାଡି ପଳେଇଲେ ଆମ ବସ୍ ଡ୍ରାଇଭର। କଟକ ପୁରୀଘାଟ ଥାନା ଡ୍ରାଇଭରକୁ ତାଗିଦ୍ କରି ଛାଡିଥିବା ବେଳେ ଆମ ବସ୍ ଡ୍ରାଇଭରଙ୍କ ଏଭଳି ବ୍ୟବହାରକୁ ନେଇ ପ୍ରଶ୍ନ କରିଛନ୍ତି ବରିଷ୍ଠ ନାଗରିକ ମାନେ। କଟକ ନେତାଜୀ ବସ୍ ଟର୍ମିନାଲରୁ ହାଇକୋର୍ଟ ଅଭିମୁଖେ ଯାଉଥିବା ଜଣେ ବରିଷ୍ଠ ନାଗରିକଙ୍କୁ ଦୁର୍ବ୍ୟବହାର କରିବା ସହିତ ରାସ୍ତାରେ ଗାଡ଼ି ରଖି ଯାତ୍ରୀଙ୍କୁ ତାଲା ମାରି ବନ୍ଦୀ ରଖିବା ଅଭିଯୋଗ।
ରୁଟ୍ ନମ୍ବର - 91 , ବସ୍ ନମ୍ବର - OD02BJ9418