Hot Posts

6/recent/ticker-posts

ବିକଶିତ ଭାରତ ନିମନ୍ତେ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡ଼, ୧୮/୦୬ ( ଭି. ଗୌରି ଶଙ୍କର ରାଓ ) : ବିକଶିତ ଭାରତ ନିମନ୍ତେ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଗୁରୁବାର ସ୍ଥାନୀୟ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ରାୟଗଡ଼ ଜିଳ୍ଲାପାଳ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣୀ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାୟଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷା ଶ୍ରୀମତୀ ମଞ୍ଜୁଳା ମିଣୀଆକା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବିନ ଚନ୍ଦ୍ର ନାଏକ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶିକା ଶ୍ରୀମତୀ କ୍ଷୀରାବ୍ଧି ତାନୟା ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାପାଳ ଶ୍ରୀ କୁଲକର୍ଣୀ ରାୟଗଡ଼ ଜିଲ୍ଲାରେ ଗତ ଦୁଇ ବର୍ଷ ମଧ୍ୟରେ ବିକାଶ ନିମନ୍ତେ ନିଆଯାଇଥିବା ବଳିଷ୍ଟ ପଦକ୍ଷେପ ଗୁଡ଼ିକର ଏକ ବିହଂଗାବଲୋକନ ଉପସ୍ଥାପନ କରିଥିଲେ । ଜିଲ୍ଲାରେ ମେଗା ଜଳ ପ୍ରକଳ୍ପ , ଜଳସେଚନ ନିମନ୍ତେ ଆନିକଟ, ସୁଦୂର ଗ୍ରାମାଞ୍ଚଳକୁ ସଂଯୋଗୀକରଣ ନିମନ୍ତେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା, କୃଷକ, ଶ୍ରମିକ ମାନଙ୍କ ନିମନ୍ତେ ପ୍ରୋତ୍ସାହନ ବ୍ୟବସ୍ଥା, ଜିଲ୍ଲାରେ ମାଓ ଦମନ ଆଦି ଅନେକ ସଫଳତା ତାଙ୍କ ବକ୍ତବ୍ୟରେ ସ୍ଥାନିତ ଥିଲା । ରାୟଗଡ଼ ଏକ ଉପାନ୍ତ ଓ କେବିକେ ଅଞ୍ଚଳ ହୋଇଥିବାରୁ ଏଠାରେ ଭବିଷ୍ୟତରେ ବିକାଶର ଅନେକ ସମ୍ଭାବନା ଥିବା ସେ କହିଥିଲେ   ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷା ରାୟଗଡ଼ ଅଞ୍ଚଳର ସମସ୍ୟା ବିଷୟରେ ସରକାର ଅବଗତ ଥିବା ଏବଂ ଏହାର ସମାଧାନ ନିମନ୍ତେ ପଦକ୍ଷେପ ମାନ ନେବେ ବୋଲି କହିଥିଲେ,  ଦ୍ୱିତୀୟ ଅଧିବେସନରେ ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା ସନ୍ଦର୍ଭରେ ଏକ ପ୍ୟାନେଲ ଆଲୋଚନା ହୋଇଥିଲା । ରାୟଗଡ଼ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ପ୍ରାଧ୍ୟାପକ ଏହାର ପରିଚାଳନା କରିଥିବା ବେଳେ ରାୟଗଡ଼ ବାର ଆସସିଏସନର ସଭାପତି ବ୍ରଜସୁନ୍ଦର ନାୟକ, ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ଆଞ୍ଚଳିକ ନିର୍ଦ୍ଦେଶକ ଡ:ରାଜେଶ କୁମାର ପାଢ଼ୀ,ସରକାରୀ ପ୍ଲିଡର ପଦ୍ମନାଭ ଦାଶ, ଓ ଟ୍ୟାକ୍ସ ପରାମର୍ଶଦାତା ସୁବାସ ଚନ୍ଦ୍ର ବେହେରା ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ମୁକ୍ତ ଆଲୋଚନାରେ ଉପ ନିର୍ଦ୍ଦେଶକ ହିମାଂଶୁ ମୋହନ ଲେଙ୍କା ଏବଂ ରାୟଗଡ ବ୍ଲକ ବି କେ ଏସ ଏସ ଉପ ସଭାପତି ସନ୍ତୋଷ ତାଣ୍ଡି ଅଂଶଗ୍ରହଣ କରି ବିଶ୍ୱ ତାପନ ଓ ସଂସ୍କୃତି ଓ ବିକାଶ ସନ୍ଦର୍ଭରେ ଆଲୋଚନା କରିଥିଲେ ।
ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବିନ ଚନ୍ଦ୍ର ନାଏକ ଶେଷରେ ବିକଶିତ ଓଡ଼ିଶାର ସ୍ୱପ୍ନ ସାକାର ନିମନ୍ତେ ଆହ୍ବାନ ଦେବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଅପରପକ୍ଷେ, ବିଭିନ୍ନ ଯୋଜନା ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି ନିମନ୍ତେ ସଚେତନତା ଷ୍ଟଲ ଓ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ, ପ୍ରାଣୀ ସମ୍ପଦ, ଶ୍ରମ ବିଭାଗ, ଜିଲ୍ଲା ଶିଶୁ ସୁରକ୍ଷା ସମିତି , ଜିଲ୍ଲା କୃଷି ବିଭାଗ, ମତ୍ସ୍ୟ ଓ ଜିଲ୍ଲା ସଂସ୍କତି ବିଭାଗ ତରଫରୁ ସଚେତନତା ଷ୍ଟଲ ମାନ ପ୍ରଦର୍ଶିତ ହୋଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦେବରାଜ ଟାକ୍ରି,ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ବିପ୍ର ଚରଣ ବେହେରା, ସହକାରୀ ଶ୍ରମ ଅଧିକାରୀ ନିରଞ୍ଜନ ଭୂୟାଁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମହାଦେବ ଚିଚୁଆନ, ସହକାରୀ କୃଷି ଅଧିକାରୀ ଶ୍ୱେତା ଦଳେଇ ବେହେରା ଓ ଅନାନିତା ଦେବୀ, ସହକାରୀ ମତ୍ସ୍ୟ ଅଧିକାରୀ କାଳିଆ ବାଉରୀ ଜିଲ୍ଲା, ସୁଶାନ୍ତ କୁମାର ଗୌଡ଼, ସଂସ୍କୃତି ଅଧିକାରୀ ସୁସ୍ମିତା ବାଉରୀ, ବିନୋଦ ଚନ୍ଦ୍ର ପଣ୍ଡା, ବରିଷ୍ଠ ନାଗରିକ ସଂଘ, ୱାକର୍ଷ କ୍ଲବର କର୍ମକର୍ତ୍ତା ଓ ଜନ ସାଧାରଣ ଅଂଶଗ୍ରହଣ କରିଥିଲେ । କଳା ନିକେତନ ଓ ରୟାଲ ଡାନ୍ସ ଗ୍ରୁପର କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଟିଭି କଳାକାର ଶ୍ରୀ ମଲ୍ଟି ମୁରଲୀ ନିଜ ଶବ୍ଦର ଯାଦୁରେ ସଭିଙ୍କ ମନ ମୋହିଥିଲେ । ବରିଷ୍ଠ ଶିକ୍ଷକ ନିଳାଞ୍ଚଳ ମିଶ୍ର ମଞ୍ଚ ପରିଚାଲନା କରିଥିଲେ ।