Hot Posts

6/recent/ticker-posts

ସଡ଼କ ଦୁର୍ଘଟଣା ରେ ୨ମୃତ

କେସିଙ୍ଗା, ୧୦/୦୬ ( ବିଷ୍ଣୁ ଚରଣ ସ୍ୱାଇଁ ) :  କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ର ଖଜୁରପଡା ଗ୍ରାମ ନିକଟସ୍ଥ ଜାତୀୟ ରାଜପଥ ୨୬ ରେ ଦୁଇ ଜଣ ଡ୍ରାଇଭର ଙ୍କୁ ଏକ କେଣ୍ଟର ବୁଧବାର ସକାଳ ସାଢ଼େ ତିନି ଘଣ୍ଟା ସମୟ ରେ ଧକ୍କା ଦେବା ରୁ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ଖଜୁରପଡା ପଡା ର ଏକ ଧାନ ମିଲକୁ ଧାନ ଆଣିଥିଲେ। ଦୁଇ ଜଣ ଡ୍ରାଇଭର ରାସ୍ତା ପାର୍ଶ୍ଵରେ ଛିଡା ହୋଇଥିଲେ।ଭବାନୀପାଟଣା ରୁ କେସିଙ୍ଗା ଅଭିମୁଖେ ଯାଉଥିବା ଏକ କେଣ୍ଟର ଧକ୍କା ଦେବା ଫଳରେ ଦୁଇ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ଘଟଣା ସ୍ଥଳରେ ପୋଲିସ ପହଁଚି ଦୁଇ ଜଣ ମୃତ ବ୍ୟକ୍ତିଙ୍କ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଶବ ବ୍ୟବଚ୍ଛେଦ ପାଇଁ ନିଆ ଯାଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ଫୋଟୋ କେସିଙ୍ଗା ବ୍ଲକ ର ଖଜୁରପଡା ରେ ଦୁର୍ଘଟଣା




କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ