Hot Posts

6/recent/ticker-posts

ବେଆଇନ ଧାନ କାରବାରରେ ଜଡିତ ଥିବାରୁ ବେହେରା ରାଇସମିଲ କୁ ସିଲ କଲେ ତହସିଲଦାର

କେସିଙ୍ଗା, ୩୦/୦୬ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଅମାଠ ଛକସ୍ଥିତ ବେହେରା ରାଇସ ମିଲ ଏବଂ ଗୋଟିଏ ଗୋଦାମକୁ ମଙ୍ଗଳବାର ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏସିଏସଓ ଏବଂ କେସିଙ୍ଗା ତହସିଲଦାରଙ୍କ ଉପସ୍ଥିତରେ ସିଲ କରାଯାଇଛି। ରବି ଋତୁରେ ଚାଷୀଙ୍କ ବିଭିନ୍ନ ଧାନ ମଣ୍ଡିରୁ ନ ଉଠାଇବା, ଜିଲ୍ଲାପାଳଙ୍କ ମିଟିଙ୍ଗକୁ ବେଖାତିର କରିବା, ଚାଷୀଙ୍କ ଧାନ ନ କିଣି ଦଲାଲମାନଙ୍କଠାରୁ ଧାନ କିଣିବା ବେନିୟମ ଭାବେ ଧାନ କରିବା ଅଭିଯୋଗ ମଙ୍ଗଳବାର ସିଲ କରାଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଅବମାନନା କରି ପେଡି ପ୍ରକ୍ୟୁରମେଣ୍ଟ ପ୍ରକ୍ରିୟାରେ ଅଂଶଗ୍ରହଣ ନ କରି ମନମାନୀ କରି ପ୍ରକୃତ ଚାଷୀଙ୍କ ଧାନ ନ କିଣି ନିଜ ଲାଭ ପାଇଁ ବେଆଇନ ଭାବେ ଅନେକ ଧାନ ଗଚ୍ଛିତ ରଖିଥିବା ଅଭିଯୋଗ କରି ସିଲ କରିଛି ପ୍ରଶାସନ। ସିଲ କରିବା ସମୟରେ ଭବାନୀପାଟଣାର ଏସିଏସଓ ସୋନାଲି ଖରା, କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନ ବ୍ଲକ ଯୋଗାଣ ଅଧିକାରୀ ସୁଶାନ୍ତ କୁମାର ସ୍ବାଇଁ ,ପୋଲିସ ଉପସ୍ଥିତ ଥିଲେ ।




କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ