“ବିକାଶର ଧାରା, ଓଡ଼ିଶା ସାରା” ଦୁଇ ବର୍ଷ ପୂର୍ତ୍ତି ଅବସରରେ ପଞ୍ଚାୟତ ସମିତି ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ
ଭବାନୀପାଟଣା, ୨୦/୦୬ ( ବିଷ୍ଣୁ ଚରଣ ସ୍ୱାଇଁ ) : ରାଜ୍ୟ ସରକାରଙ୍କ “ବିକାଶର ଧାରା, ଓଡ଼ିଶା ସାରା” କାର୍ଯ୍ୟକ୍ରମର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଭବାନୀପାଟଣା ପଞ୍ଚାୟତ ସମିତି ପକ୍ଷରୁ ଟାଉନ ହଲ୍, ଭବାନିପାଟଣା, ରେ ଏକ ପଞ୍ଚାୟତ ସମିତି ସ୍ତରୀୟ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏହି ଅବସରରେ ଗ୍ରାମାଞ୍ଚଳରେ ସୁଶାସନ, ସ୍ୱଚ୍ଛ ଓ ସ୍ୱଚ୍ଛନ୍ଦ ପ୍ରଶାସନ, ତଥା ବିକାଶମୂଳକ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ଉପରେ ଆଲୋଚନା କରାଯାଇଥିଲା। ବକ୍ତାମାନେ କହିଥିଲେ ଯେ, ଗତ ଦୁଇ ବର୍ଷ ମଧ୍ୟରେ ଗ୍ରାମାଞ୍ଚଳରେ ପାନୀୟ ଜଳ, ରାସ୍ତାଘାଟ, କୃଷି, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ସାମାଜିକ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଲୋକଙ୍କ ନିକଟରେ ପହଞ୍ଚିବା ସହ ଗ୍ରାମୀଣ ଜୀବନଯାତ୍ରାର ମାନ ଉନ୍ନତ ହୋଇଛି। ଏହି କାର୍ଯ୍ୟକ୍ରମ ରେ କେଶରୀ ଦୁର୍ଗା,- ସାଂସଦ ପ୍ରତିନିଧି, ପ୍ରଫୁଲ୍ଲ କୁମାର ସାହୁ - ଅଧ୍ୟକ୍ଷ ପଞ୍ଚାୟତ ସମିତି ଭବାନୀପାଟଣା, ପୁଷ୍ପାଞ୍ଜଳି ସାହୁ - ଉପାଧକ୍ଷା ପଞ୍ଚାୟତ ସମିତି ଭବାନୀପାଟଣା, ସନ୍ତୋଷୀ ଦାସ - ପୂର୍ବତ୍ତନ ଅଧ୍ୟକ୍ଷ ପଞ୍ଚାୟତ ସମିତି ଭବାନୀପାଟଣା, ଶୋଭାଙ୍ଗିନୀ ପାତ୍ର - ନାରୀନେତ୍ରୀ (ମହିଳା ମୋର୍ଚ୍ଚା ), ଖିରୋଦ ନାଗ - ତହସିଲଦାର କଳାହାଣ୍ଡି ଚନ୍ଦନ କୁମାର ଭୋଇ - ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଓ ମଞ୍ଚ ପରିଚାଳନା - ଉମେଶ ଚନ୍ଦ୍ର ଶତପଥୀ, ବିଶିଷ୍ଟ ଲେଖକ - ଶିକ୍ଷାବିତ ଉପସ୍ଥିତ ରହିଥିଲେ, ସମ୍ମିଳନୀରେ ପଞ୍ଚାୟତ ପ୍ରତିନିଧି, ସରକାରୀ ଅଧିକାରୀ, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ଏବଂ ବହୁ ସଂଖ୍ୟକ ଜନସାଧାରଣ ଉପସ୍ଥିତ ଥିଲେ। ସମସ୍ତେ ଗ୍ରାମାଞ୍ଚଳର ବିକାଶ ଓ ସୁଶାସନକୁ ଆହୁରି ସୁଦୃଢ଼ କରିବା ପାଇଁ ସମୂହ ଉଦ୍ୟମ ଜାରି ରଖିବାକୁ ଆହ୍ୱାନ ଦେଇଥିଲେ। ଶେଷରେ ଧନ୍ୟବାଦ ଅର୍ପଣ - ରାଜେଶ ମହାରଣା, ବ୍ଲକ ପ୍ରକଳ୍ପ ସଂଯୋଜକ, ଭବାନୀପାଟଣା କରିଥିଲେ ଓ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ