ମହରମ୍ ପ୍ରସ୍ତୁତି ବୈଠକ
କଟକ, ୦୭/୦୬ ( କାହୁଁ ଚରଣ ବାରିକ ) : "ସହେର-ଏ-କଟକ ପଞ୍ଜେତନ କମିଟି" ପକ୍ଷରୁ ଚଳିତବର୍ଷ ୨୦୨୬ ର ମହରମ୍ ପର୍ବ ଉପଲକ୍ଷେ କିଲ୍ଲା ଖାଇ ସ୍ଥିତ ଇନଡୋର ଷ୍ଟାଡିୟମ ସନ୍ନିକଟ ହଜରତ କାଲେ ପହଲୱ।ନ ସୟଦ ଜଲାଲଉଦ୍ଧିନ ବୁଖାରୀ (ର.ଅ.) ବାବା ଙ୍କ ପୀଠରେ ତା ୦୬/୦୬/୨୦୨୬ ରିଖ ଶନିବାର ଦିନ ସନ୍ଧ୍ୟା ୭ ଘଟିକା ସମୟରେ କମିଟି ର ସଭାପତି ଜନାବ ଇସାକ୍ ଖାନ ଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ଏଥିରେ ଆସନ୍ତା ମହରମ୍ ପର୍ବ କିଭଳି ଶାନ୍ତିଶୃଙ୍ଖଳା ସହିତ କଟକର ଭାଇଚାରା କୁ ଅକ୍ଷୂର୍ଣ୍ଣ ରଖିବା ସହ ମହାସମାରୋହରେ ପାଳନ କରାଯିବ ସେହି ବିଷୟରେ ଆଲୋଚନା କରାଯାଇ ସମସ୍ତଙ୍କ ସୁମତାମତ ଗ୍ରହଣ କରାଯାଇଛି। ଏହି ଅବସରରେ କଟକର ସମସ୍ତ ପଞ୍ଜା କମିଟି ଯଥା ପୋଲିସ ଲେନ, ପେନସନ ଲେନ, ସମାଜ ଅଫିସ ସମ୍ମୁଖ, ସୂତାହାଟ, ମାଇକା ଲେନ (ଓଡ଼ିଆ ବଜାର), ଜୋବ୍ରା, ଆଜମ ଖାନ ବଜାର (ପ୍ୟାରିମୋହନ ଏକାଡେମୀ ସନ୍ନିକଟ), କଦମ-ଏ-ରସୁଲ (ଦରଘା ବଜାର), ବିବି ଆଲମ (ଫିରିଙ୍ଗି ବଜାର) କଦମ-ଏ-ଅଲୀ (ସାହେବଜାଦା ବଜାର) ସହିତ ମହୁରା ଗ୍ରାମ (ପରମହଂସ) ର ସଭାପତି ଓ ସଂପାଦକ ଙ୍କ ସହିତ ସେହି ମହଲ୍ଲା କମିଟି ର ସଭାପତି ଏବଂ ସଂପାଦକ ଯୋଗ ଦେଇ ଚଳିତ ବର୍ଷ ମହରମ୍ ପର୍ବ ସମସ୍ତଙ୍କ ପୂଣ୍ଣ ସହଯୋଗ ରେ ହାତ କୁ ହାତ କାନ୍ଧ କୁ କାନ୍ଧ ମିଶାଇ ଧର୍ମ ବର୍ଣ୍ଣ ନିର୍ବିଶେଷରେ ଏକ ହୋଇ ପାଳନ କରିବାର ନିଷ୍ପତ୍ତି ଗ୍ରହଣ କରିଥିଲେ। ସହେର-ଏ-କଟକ ପଞ୍ଜେତନ କମିଟି ପକ୍ଷରୁ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଯେଉଁଥିରେ କମିଟି ର ଉପସଭାପତି ଶେଖ୍ ଗୁଲଫାମ, ସହ ସଂପାଦକ ୱ।ଜିଦ୍ ଖାନ୍, ସୟଦ ନିଜାମ, କୋଷାଧ୍ୟକ୍ଷ ଶେଖ ତାହେର, ସଦସ୍ୟ ସୁଲେମାନ ଖାନ୍, ଶେଖ ଆଜାଦ, ସୟଦ ଅଲତାଫ, ସମଦ ଅଲ୍ଲୀ, ଅକିଲ ଅଲ୍ଲୀ, ଶେଖ ବାବୁ, ଶେଖ ଅହେସାନ, ସାହାୱ।ଜ ଖାନ, ଶେଖ ମେହରାଜ ଅଲ୍ଲୀ, ମହମ୍ମଦ ଜାଭେଦ, ଶେଖ ଜଏନୁଲ ଆବେଦିନ ପୂଣ୍ଣ ସହଯୋଗ କରିଥିଲେ ବୋଲି କମିଟି ର ଆବାହକ ତଥା ସାଧାରଣ ସଂପାଦକ ସୟଦ ତଫଜୁଲ ହସନ ଜଣାଇଛନ୍ତି।