Hot Posts

6/recent/ticker-posts

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଟପର ହୋଇ ନୂଆପଡ଼ାର ଗୌରବ ବଢ଼ାଇଲେ ସୁନିତା ସା

ନୂଆପଡ଼ା, ୦୨/୦୬ ( ପରମେଶ୍ୱର ମେହେର ) : ନୂଆପଡ଼ା ପାଇଁ ଗୌରବର ବିଷୟ ବୋଡେନ, ନୂଆପଡ଼ା: ନୂଆପଡ଼ା ଜିଲ୍ଲାର ବୋଡେନ ବ୍ଲକ ଅନ୍ତର୍ଗତ କରଙ୍ଗାମାଳ ଗ୍ରାମରେ ଅବସ୍ଥିତ ଲୋଚନ ଜଗତ ଡିଗ୍ରୀ କଲେଜର ଛାତ୍ରୀ ସୁନିତା ସା ଚଳିତ ବର୍ଷ ଯୁକ୍ତି-୩ କଳା ବିଭାଗର ଶିକ୍ଷା ବିଷୟରେ ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟରେ ଟପର ହୋଇ ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି। ତାଙ୍କର ଏହି ଅଭୂତପୂର୍ବ ସଫଳତା କେବଳ କଲେଜ ପାଇଁ ନୁହେଁ, ବରଂ ସମଗ୍ର ନୂଆପଡ଼ା ଜିଲ୍ଲା ଏବଂ ବୋଡେନ ଅଞ୍ଚଳ ପାଇଁ ଗର୍ବ ଓ ଆନନ୍ଦର ବିଷୟ ପାଲଟିଛି। ସାଧାରଣ ପରିବାରରୁ ଆସିଥିବା ସୁନିତା ନିଜର ଅଦମ୍ୟ ଇଚ୍ଛାଶକ୍ତି, ନିଷ୍ଠା ଏବଂ କଠିନ ପରିଶ୍ରମ ବଳରେ ଏହି ସଫଳତା ହାସଲ କରିଛନ୍ତି। ସେ କେବଳ ବିଶ୍ବବିଦ୍ୟାଳୟରେ ଟପର ହୋଇନାହାନ୍ତି, ବରଂ ଲୋଚନ ଜଗତ ଡିଗ୍ରୀ କଲେଜର ମଧ୍ୟ ସର୍ବୋଚ୍ଚ ନମ୍ବର ହାସଲ କରି କଲେଜ ଟପର ହୋଇଛନ୍ତି। ଅଞ୍ଚଳର ଇତିହାସରେ ସେ ପ୍ରଥମ ଛାତ୍ରୀ ଭାବେ ବିଶ୍ବବିଦ୍ୟାଳୟ ଟପର ହେବାର ଗୌରବ ଅର୍ଜନ କରିଛନ୍ତି। ଫଳାଫଳ ପ୍ରକାଶ ପାଇବା ପରେ କଲେଜ ପରିସରରେ ଉତ୍ସବମୁଖର ପରିବେଶ ଦେଖୁବାକୁ ମିଳିଥିଲା। କଲେଜ ପକ୍ଷରୁ ସୁନିତା ସାଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ସମ୍ମାନପତ୍ର ପ୍ରଦାନ କରି ସମ୍ବନ୍ଧିତ କରାଯାଇଥିଲା। ଉପସ୍ଥିତ ଅଧ୍ୟାପକ ଏବଂ ଛାତ୍ରଛାତ୍ରୀମାନେ ତାଙ୍କୁ ଅଭିନନ୍ଦନ ଜଣାଇବା ସହିତ ତାଙ୍କର ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଥିଲେ। କଲେଜର ନିର୍ମାତା ଶ୍ରୀ ତୁଳସୀ ରାମ ଜଗତ କହିଥିଲେ ଯେ, "ସୁନିତାଙ୍କ ସଫଳତା କଲେଜ ପାଇଁ ଏକ ଗୌରବମୟ ଅଧ୍ୟାୟ। ଏହା ଅନ୍ୟ ଛାତ୍ରଛାତ୍ରୀଙ୍କୁ ମଧ୍ୟ ପ୍ରେରଣା ଯୋଗାଇବ।" କଲେଜର ଅଧ୍ୟକ୍ଷ ଶ୍ରୀ ଭରତ ଚରଣ ସାହୁ ମଧ୍ୟ ସୁନିତାଙ୍କୁ ଶୁଭେଚ୍ଛା ଜଣାଇ କହିଥିଲେ ଯେ ତାଙ୍କର ଏହି ସଫଳତା କଲେଜର ଶିକ୍ଷାଗତ ମାନକୁ ଆହୁରି ଉଚ୍ଚକୁ ନେଇଛି। ସମ୍ବଦ୍ଧନା କାର୍ଯ୍ୟକ୍ରମରେ ଅଧ୍ୟାପକ ଶ୍ରୀ ଗୌରାଙ୍ଗ ଜଗତ, ଶ୍ରୀ ପ୍ରେମଲାଲ ତାଣ୍ଡିଙ୍କ ସମେତ ଅନ୍ୟାନ୍ୟ ଅଧ୍ୟାପକ-ଅଧ୍ୟାପିକା, କର୍ମଚାରୀ ଏବଂ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ସମସ୍ତେ ସୁନିତାଙ୍କ ଉପଲବ୍ଧିକୁ ଭୂୟସୀ ପ୍ରଶଂସା କରିଥିଲେ। ସୁନିତାଙ୍କ ଏହି ସଫଳତା ପଛରେ ତାଙ୍କର ନିରନ୍ଧର ଅଧ୍ୟୟନ, ପରିବାରର ସହଯୋଗ ଓ ଶିକ୍ଷକମାନଙ୍କ ସଠିକ୍ ମାର୍ଗଦର୍ଶନ ରହିଥ‌ିବା ବେଳେ ଏହା ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ଏକ ପ୍ରେରଣାଦାୟକ ଉଦାହରଣ ସୃଷ୍ଟି କରିଛି। ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିବର୍ଗ, ବୁଦ୍ଧିଜୀବୀ ଓ ଶିକ୍ଷାପ୍ରେମୀମାନେ ସୁନିତାଙ୍କୁ ଅଭିନନ୍ଦନ ଜଣାଇବା ସହିତ ଭବିଷ୍ୟତରେ ମଧ୍ୟ କଲେଜ ଏଭଳି ସଫଳତା ହାସଲ କରୁ ବୋଲି ଆଶା ପ୍ରକାଶ କରିଛନ୍ତି। ସୁନିତା ସାଙ୍କ ଏହି ଅସାଧାରଣ ସଫଳତା ନୂଆପଡ଼ା ଜିଲ୍ଲାର ଶିକ୍ଷା କ୍ଷେତ୍ରରେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଥିବା ବେଳେ ଆଗାମୀ ପିଢ଼ୀ ପାଇଁ ଏକ ପ୍ରେରଣାର ଉତ୍ସ ପାଲଟିଛି।