Hot Posts

6/recent/ticker-posts

କୁମଖାଳ ଶକ୍ତି କେନ୍ଦ୍ର ରେ ଗାଁ କୁ ଗାଁ ବୁଲି ଲୋକଙ୍କୁ ପଚାରି ବୁଝିଲେ ବି ଜେ ପି କର୍ମୀ

କଳାହାଣ୍ଡି, ୦୮/୦୬ ( ଶେଖର ସୁମନ ଦାଶ ) : ଭାରତୀୟ ଜନତା ପାର୍ଟି ର କେନ୍ଦ୍ରସରକାର ରେ ବାର ବର୍ଷ ଏବଂ ରାଜ୍ୟସରକାର ରେ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି କୁମଖାଳ ଗ୍ରାମ ପଞ୍ଚାୟତ ର ହାତୀଶାଲ, ପୀଡେଲବାଜୁ, ମେରାଙ୍ଗ ପଦର ଆଦି ଗାଁ ମାନଙ୍କୁ ବୁଲି ଭାରତୀୟ ଜନତା ପାର୍ଟି ର ବିକାଶ ମୂଳକ କାର୍ଯ୍ୟକ୍ରମ ଓ ଲାକଙ୍କୁ ତାହା ମିଳିବାରେ କେତେ ଦୂର ସଫଳ ହୋଇଛି ସେ ବିଷୟରେ ଆଲୋଚନା କରା ଯାଇ ଥିଲା । ଏଥିରେ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ର ଦୁଇ ଦୁଇ ଥର ପାର୍ଥି ହୋଇ ଥିବା ଟାଣୁଆ ନେତା ରମେଶ ଚନ୍ଦ୍ର ମାଝୀ, ବିଶ୍ୱନାଥପୁର ମଣ୍ଡଳ ସଭାପତି ତୁଳସୀ ମାଝୀ, ଲାଞ୍ଜିଗଡ ମଣ୍ଡଳ ସଭାପତି ନରେନ୍ଦ୍ର ବେହେରା, ବିଶ୍ୱନାଥପୁର ମଣ୍ଡଳ ଉପ ସଭାପତି ସୁନୀଲ ବାଗ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଭାଗିରଥି ଢଙ୍ଗଡ଼ାମାଝୀ, କୁମଖାଳ ଗ୍ରାମ ପଞ୍ଚାୟତ ସଭାପତି ଅକ୍ଷୟ ଦଳପତି ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ସହ ଆଲୋଚନା କରିଥିଲେ । 



 କଳାହାଣ୍ଡି ରୁ ଶେଖର ସୁମନ ଦାଶ ଙ୍କ ରିପୋର୍ଟ ନବଦୂତ ନିୟୁଜ ।